କରୋନା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ମଧ୍ୟ ସଂପୂର୍ଣ୍ଣ ଭାବେ ଲୋପ ପାଇନି । ତେଣୁ ରାଜ୍ୟ ଗୁଡିକ କୋଭିଡ କଟକଣା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଚିଠି ଲେଖିଛନ୍ତି ।

ଚିଠିରେ ଗୃହ ସଚିବ କହିଛନ୍ତି, ବଜାରଘାଟ ଓ ପର୍ଯ୍ୟଟନ ସ୍ଥଳୀ ସହ ବିଭିନ୍ନ ସ୍ଥାନରେ ଭିଡକୁ ନିୟନ୍ତ୍ରଣ କରି ସର୍ତକ ରହିବା ଜରୁରୀ ରହିବାକୁ ସବୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ବି ସେ ଚିଠିରେ କହିଛନ୍ତି ।

ବର୍ତମାନ ଦ୍ୱିତୀୟ ଲହରର ପ୍ରଭାବ କମିଥିଲେ ବି ଅଧିକାଂଶ ରାଜ୍ୟରେ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି । ଏବେ ବି ମହାରାଷ୍ଟ୍ର ଓ କେରଳରେ ସକ୍ରିୟ ମାମଲା ଲକ୍ଷେ ଉପରେ ରହିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି । ଏହି ରାଜ୍ୟଗୁଡିକରେ ଅନେକ ଜିଲ୍ଲା ଚିନ୍ତା ବଢାଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଗୃହ ସଚିବଙ୍କ ଚିଠିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

କୋଭିଡ-19 କୁ ନେଇ ପୂର୍ବାଞ୍ଚଳ ରାଜ୍ୟଗୁଡିକ ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି ପ୍ରଧାନମନ୍ତ୍ରୀ କୋଭିଡ ନେଇ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ