ଗଞ୍ଜେଇ ବୋଝେଇ ଗାଡି ଜବତ୍ , ଚାଳକ ଫେରାର୍

ବୌଦ୍ଧ: ବୌଦ୍ଧରେ ଗଞ୍ଜେଇ ଜବତ୍ ।  ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ ଏକ କାର ସହ ୬୦ କିଲୋ ଗଞ୍ଜେଇ ବୌଦ୍ଧ ପୁଲିସ ଜବତ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ରିବିବାର ଦିନ ଏକ କାରରେ ଚୋରା ଗଞ୍ଜେଇ ବାହରକୁ ଚାଲାଣ ହେଉଥିବା ଏକ ସୂତ୍ରରୁ ଖବରପାଇ ବୌଦ୍ଧ ପୁଲିସ ସହରର ବ୍ରିଜ ଛକ ଠାରେ ଛକି ରହିଥିଲା। ସନ୍ଧ୍ୟା ୭ଟା ସମୟରେ ଏକ କାରକୁ ବୌଦ୍ଧ ମହାନଦୀ ବ୍ରିଜ ଉପରେ ପୁଲିସ ଅଟକାଇଥିଲା। କିନ୍ତୁ କାର ଚାଳକ ଗାଡିକୁ ନ ଅଟକାଇ ରେଢାଖୋଲ ଆଡକୁ ପଲାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ପଛେ ପଛେ ଗୋଡେଇବାରୁ ଚାଳକ କାରଟିକୁ ମହାନଦୀ ବ୍ରିଜ ଉପରେ ଛାଡି ଧାଇଁ ପଲାଇଥିଲା।

ପୁଲିସ ଗାଡି ଯାଞ୍ଚ୍‍ କରିବାପରେ ସେଥିରୁ ୩ ଗୋଟି ଜରିବସ୍ତାରେ ଥିବା ୬୦ କେଜି ଗଞ୍ଜେଇ ଜବତ କରିବା ସହ ଗାଡିକୁ ଜବତ କରିଛି । ୬୦ କିଲୋ ଗଞ୍ଜେଇ ସହ କାରକୁ ଜବତ କରାଯାଇଛି ହେଲେ ଚାଳକ ଗାଡି ଛାଡି ଫେରାର ହୋଇଯାଇଛି ବୋଲି ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର କହିଛନ୍ତି । ଏହି ଗଞ୍ଜେଇ ଚାଲାଣରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଥିବାବେଳେ ଦୋଷୀମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛଇ ।

Leave A Reply

Your email address will not be published.

ବ୍ରେକିଂ