ବାଘ ଛାଲ ଜବତ, ଅଭିଯୁକ୍ତ ଫେରାର

ଲଙ୍ଗଳେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା କୋଷ୍ଟ କେନାଲ ରୋଡରୁ ବାଘ ଛାଲ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ । ଏହାର ଲମ୍ବ ୩ ଫୁଟ ହେବ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ।

ସୂଚନାମୁତାବତ ଲଙ୍ଗଳେଶ୍ୱର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିଲା । ଏହି ସମୟରେ ମଧୁପୁରା କୋଷ୍ଟ କେନାଲ ରୋଡରେ ଜନୈକ ବାଘଛାଲ ବେପାରୀ ବସିଥିଲେ ।  ତେବେ ୟୁନିଫର୍ମରେ ଥିବା ବନବିଭାଗର କର୍ମଚାରୀଙ୍କୁ ଦେଖି ବ୍ୟାଗଟିକୁ ଫୋପାଡି ଦେଇ କୋଷ୍ଟ କେନାଲ ନାଳ ଡେଇଂ ଚମ୍ପଟ ମାରିଥିଲା ଅଭିଯୁକ୍ତ ।

ସେହିପରି ଅଭିଯୁକ୍ତକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀ ସୁଜାତା ଓଝା ଚେଷ୍ଟା କରିଥିଲେ ମଧ୍ୟ ଧରି ପାରି ନଥିଲେ । ବାଘଛାଲ ଭର୍ତ୍ତି ବ୍ୟାଗଟିକୁ ଜବତ କରି ଲଙ୍ଗଳେଶ୍ବର ଫରେଷ୍ଟ ଅଫିସକୁ ଆଣି ଅଧିକ ତଦନ୍ତ କରୁଛି ବନବିଭାଗ । ଜବତ ବାଘଛାଲ ଚାନ୍ଦିପୁର ଫରେଷ୍ଟ ରେଞ୍ଜ ଅଫିସକୁ ପଠାଯିବ ବୋଲି ଲଙ୍ଗଳେଶ୍ୱର ଭାରପ୍ରାପ୍ତ ବନପାଳ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ