ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୩ ମହିଳା ମୃତ

ଛିନ୍ଦୱାଡା : ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦୱାଡାରେ । ତେବେ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାରଟି ଦୁଇ ଖଣ୍ଡ ହୋଇଯାଇଛି।

ସୂଚନାନୁଯାୟୀ, ସୌଂସର ନିବାସୀ ସଚିନ ଜାୟସୱାଲ ତାଙ୍କ ପରିବାର ସହ ରାମାକୋନାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ନାଗପୁର ରୋଡରେ ଥିବା ଡ୍ରିମ୍ ହୋଟେଲ ନିକଟରେ ତାଙ୍କ କାର ଆଗକୁ ଏକ ବାଇକ୍ ଚାଲିଆସିଥିଲା।

ତେବେ ସଚିନ ନିୟନ୍ତ୍ରଣ ହରାଇ ଏକ ବ୍ରିଜ୍ ରେ ଯାଇ କାରଟି ଧକ୍କା ହୋଇଥିଲେ। ଫଳରେ କାରଟି ଦୁଇ ଫାଳ ହୋଇଯାଇଛି। ଏହି କାରରେ ବସିଥିବା ୩ ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସଚିନ ଜାୟସୱାଲ ଓ ତାଙ୍କ ନିକଟରେ ବସିଥିବା ନିଲମ ଜାୟସୱାଲ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନାଗପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଛିନ୍ଦୱାଡା ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.

ବ୍ରେକିଂ