ଆଜି ଓଡିଶାରୁ ୧୦ ହଜାର ୪୦୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ପୁଣି ୧୦ ହଜାର ୪୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬୮୦୯୩୨କୁ ବୃଦ୍ଧି ପାଇଛ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି ।

ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୯୫୪, ଅନୁଗୁଳ ୯୦୮, ସୁନ୍ଦରଗଡ଼ ୭୦୫, ମୟୂରଭଞ୍ଜ ୫୬୪, ଯାଜପୁର ୪୯୫, ଭଦ୍ରକ ୪୮୨, ପୁରୀ ୪୭୨, ସମ୍ବଲପୁର ୩୫୪, ବରଗଡ଼ ୩୩୧, ଜଗତସିଂହପୁର ୩୦୯, କେନ୍ଦ୍ରାପଡ଼ା ୩୦୫, ବଲାଙ୍ଗିର ୨୭୪, ନବରଙ୍ଗପୁର ୨୫୫, ଷ୍ଟେଟପୁଲ ୨୫୪, କୋରାପୁଟ ୨୫୧, ଗଞ୍ଜରମ ୨୪୨ଜଣ ସୁସ୍ଥ ହୋଇଛନ୍ତି।

ଏହାସହ ବୌଦ୍ଧ ରୁ ୨୦୦, ନୟାଗଡ଼ା ୧୯୦, ଝାରସୁଗୁଡ଼ା ୧୮୬, ବାଲେଶ୍ବର ୧୮୧, ରାୟଗଡ଼ା ୧୭୨, ଢେଙ୍କାନାଳ ୧୫୫, କେନ୍ଦୁଝର ୧୪୯, ସୋନପୁର ୧୨୩, ଦେବଗଡ଼ ୧୦୬, ମାଲକାନଗରି ୧୦୨, କନ୍ଧମାଳ ୮୨, ଗଜପତି ୬୮, ନୂଆପଡ଼ା ୫୧ ଏବଂ କଳାହାଣ୍ଡିରେ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ