ବର୍ଷା ବିତ୍ପାତ: ଚେମ୍ବୁରରେ କାନ୍ଥ ଭୁଶୁଡ଼ି ୧୧ ମୃତ

ମୁମ୍ବାଇ : ଶନିବାର ରାତିରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି।  ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଜୀବନ ବ୍ୟାହତ ହୋଇଛି। ରାସ୍ତାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ସ୍ଥାନୀୟ ଟ୍ରେନ୍ ସେବା ସ୍ଥଗିତ ହୋଇଯାଇଛି। ଅନେକ ଅଞ୍ଚଳରେ ଘରେ ପାଣି ପ୍ରବେଶ କରିଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଉପକଣ୍ଠ ଚେମ୍ବୁରରେ ଭୂସ୍ଖଳନ ହୋଇଛି ।  କାନ୍ଥ ଭୁଶୁଡ଼ିବା ଫଳରେ ୧୧  ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୮ ଜଣ ମାଟି ଅତଡ଼ା ତଳେ ଫସିଥିବା ଆଶଙ୍କା କରାଯାଉଛି । NDRF, ମୁମ୍ବାଇ ମହାନଗର ନିଗମ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେପଟେ ସହରର ଗାନ୍ଧୀ ବଜାରରେ ରାସ୍ତା ପାଣି ବୁଡିରହିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ ବର୍ଷା ପାଇଁ ଭାରତୀୟ ରେଳବାଇର ସେବା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି । ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ପ୍ରତିବର୍ଷ ମୁମ୍ବାଇବାସୀ ବର୍ଷା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଅନେକ ଲୋକ ନିଜେ ସିଓନ୍ ଅଞ୍ଚଳରେ ବର୍ଷାରେ ଜମା ହୋଇଥିବା ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା ।

ସେହିପରି ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିନ୍ତୁ ଉତ୍ତରପ୍ରଦେଶର ସମତଳ ଅଂଚଳରେ ଶନିବାର ପ୍ରବଳ ଗରମ ଅନୁଭୂତ ହୋଇଛି । ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜସ୍ଥାନର କିଛି ଅଂଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

 

Leave A Reply

Your email address will not be published.

ବ୍ରେକିଂ