ପୋଖରୀରେ ବୁଡି ୧୧ ବର୍ଷ ନାବାଳିକାର ମୃତ୍ୟୁ 

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ନାକଟିସିମଡା ପଞ୍ଚାୟତର ଶୋଭାପାରା ନିକଟ କଉଡିପାରା ଗ୍ରାମରେ ପୋଖରୀରେ ଆଜି ଜଣେ ନାବାଳିକାର ବୁଡି ମୃତ୍ୟୁ ଘଟିଛି ।

ମିଳିଥିବା ଖବର ଅନୁଯାୟୀ, କଉଡିପାରା ଗ୍ରାମର ଶାନ୍ତି  ଗଣ୍ଡଙ୍କ ଝିଅ ରାଧିକା ଗଣ୍ଡ ଗ୍ରାମର ପୋଖରୀ ରେ ଗାଧେଇବାକୁ ଯାଇଥିଲା । ପୋଖରୀରେ ଗାଧୋଅବା ସମୟରେ ଗୋଡ ଖସିଯିବାରୁ  ମୃତ୍ୟୁ ଘଟିଛି l

ରାଧିକା ଗ୍ରାମର ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରୀ l ରାଧିକାର ବାପା ସମାରୁ ଗଣ୍ଡଙ୍କ କିଛି ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ମାଆ ଶାନ୍ତି, ପୁଅ ଓ ଝିଅ ସହ ପରିବାର ଚଳାଉଥିଲେ l ଆଜି ଏହି ଘଟଣା ଘଟିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ତେବେ ରାଇଘର ଥାନା ଅଧିକାରୀ ଅଭୟ ବେହେରା ଖବର ଶୁଣିବା ମାତ୍ରେ ଘଟଣା ସ୍ଥଳରେ ଏକ ଟିମ୍ ପଠାଇବା ସହ ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି l ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି l

Leave A Reply

Your email address will not be published.

ବ୍ରେକିଂ