ଆଜି ଭୁବନେଶ୍ୱରରୁ ୧୧୦୯ ଆକ୍ରାନ୍ତ ଚିହ୍ନଟ, ୧୦୭୭ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ଵାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୩୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୧୭୫ କୁ ବୃଦ୍ଧି ହୋଇଛି। ଏନେଇ ବିଏମସି ଟ୍ୱିଟ ଯୋଗେ ସୂଚନା ଦେଇଛି।

ସେହିପରି ଆଜି ଭୁବନେଶ୍ୱରରୁ ୧୦୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ବର୍ତ୍ତମାନ ସୁଦ୍ଧା ମୋଟ ୪୬ ହଜାର ୬୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୭ ଜଣ କରୋନାରେ ମୃତ୍ୟୁ ହୋଇଛି।

Leave A Reply

Your email address will not be published.

ବ୍ରେକିଂ