ଆଜି ଭୁବନେଶ୍ୱରରୁ ୧୧୯୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଆଉ ୧୧୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।କ୍ୱାରେଣ୍ଟାଇନରୁ ୧୯୪ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୧୯୬ । ସେହିପରି ସୁସ୍ଥ ହୋଇଛନ୍ତି ୮୫୮ ଜଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି  ବିଏମସି ।

 

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୭୨ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୭୦ ଜଣ ଅଛନ୍ତି । ସେହିପରି ପଟିଆରୁ ୪୭, ଚନ୍ଦ୍ରଶେଖରପୁରରୁ ୩୬, ଡୁମୁଡୁମାରୁ ୩୦, ବଡ଼ଗଡ଼ରୁ ୨୯, ଝାରପଡ଼ାରୁ ୩୦, ଖଣ୍ଡଗିରିରୁ ୨୯, ସୁନ୍ଦରପଦାରୁ ୨୮, ପାତ୍ରପଡ଼ାରୁ ୨୫, ଲକ୍ଷ୍ମୀସାଗରରୁ ୨୭, ଶୈଳଶ୍ରୀବିହାରରୁ ୨୪, ୟୁନିଟ୍- ୬ ରୁ ୩୦, ରସୁଲଗଡ଼ରୁ ୨୨, ଟଙ୍କପାଣି ରୋଡରୁ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଆଜିର ସଂକ୍ରମଣକୁ ମିଶାଇ ଭୁବନେଶ୍ୱରରେ ୫୫ ହଜାର ୭୭୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୪୪ ହଜାର ୭୭୮ ଜଣ ସୁସ୍ଥ ହୋଇଥିବା ବେଳେ, ୨୮୪ ଜଣଙ୍କ ମୃତ୍ୟୁ ହେଲାଣି ।ସେହିପରି  ୧୦ ହଜାର ୬୮୯ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.

ବ୍ରେକିଂ