ମହାରାଷ୍ଟ୍ରର ୧୨ ବିଜେପି ବିଧାୟକ ବର୍ଷକ ପାଇଁ ନିଲମ୍ବିତ

ମୁମ୍ବାଇ: ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି ।

ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି

। ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ