ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ପଜିଟିଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ ଜଣ ଶିଶୁ  SNCUରେ ରହି ଚିକିତ୍ସିତ ହେଉଥିବା ବେଳେ ଗତକାଲି ୨ ଜଣ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି। ତେବେ ୮ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୁ ଉର୍ଦ୍ଧ୍ୱ ଥିବା ସୂଚନା ଦେଇଛନ୍ତି CDMO ଦୁଲାଲସେନ ଜଗଦେବ।

ପୂର୍ବରୁ ମା’ମାନ ସଂକ୍ରମିତ ହୋଇଥାଇ ପାରନ୍ତି। ତେଣୁ ସେମାନଙ୍କ ଠାରୁ ଛୋଟ ଛୁଆଙ୍କୁ କରୋନା ହୋଇଥାଇପାରେ। କାରଣ ଏବେବି ଅଧିକାଂଶ ଗର୍ଭବତୀ ମହିଳା ଟିକା ନେଇ ନାହାନ୍ତି। ତେବେ ଏବେ ଯାଏଁ କୌଣସି ପିଲା ମୃତାହତ ହୋନାହାନ୍ତି ବୋଲି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ସେପଟେ ପିଲାଙ୍କ ଚିକିତ୍ସା ପାଇଁ ୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ପେଡିଆଟ୍ରିକ ୱାର୍ଡ କରାଯାଇଛି। ଏଠାରେ ଆଇସିୟୁ, ଜେନରାଲ ୱାର୍ଡ ପ୍ରମୁଖ ରହିଛି। ଯଦି ଅଧିକ ପିଲା ଆକ୍ରାନ୍ତ ହୁଅନ୍ତି ତେବେ ୧୦୦ ଶଯ୍ୟା ବିଶିଷ୍ଟ ଥିବା ଡିସିଏଚ୍‌ରୁ ପେଡିଆଟ୍ରିକ ପାଇଁ କିଛି ବେଡ୍‌ ରଖାଯିବ। ସେଠାରେ ବର୍ତ୍ତମାନ ପାଖାପଖି ୭୦ଟି ବେଡ୍‌ ଖାଲି ରହିଥିବା ସେ କହିଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ