ଦୁର୍ଘଟଣାରେ ମିଆଁମାର ବାୟୁସେନା ବିମାନ ଧ୍ୱଂସ୍ତ, ୧୨ ମୃତ

ମାଣ୍ଡାଲେ: ମିଆଁମାର ମାଣ୍ଡାଲେ ସହର ନିକଟରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି ।ଏଥିରେ ଯାତ୍ରା କରୁଥିବା ଅନୁନ୍ୟ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ଦୁର୍ଘଟଣାରେ ବିମାନର ପାଇଲଟ ଓ ଅନ୍ୟ ଜଣେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। ଗୁରୁତର ଆହତ ୨ ଜଣଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେନା ବିମାନଟି ପାୟତାୱରୁ ପାଇନ୍‌ ଉ ଲ୍ୱିନ୍‌ ଯାଉଥିବା ବେଳେ ସକାଳ ପ୍ରାୟ ୮ଟା ବେଳେ ଖସିପଡିଥିଲା। ଦୁର୍ଘଟଣା କାଳରେ ବିମାନରେ ଚାଳକଙ୍କୁ ମିସାଇ ମୋଟ ୧୪ ଜଣ ଥିଲେ। ତେବେ ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ପ୍ରଶାସନ ପରିଷଦର ସୂଚନା ଟିମ୍‌ ମେଜର ଜେନେରାଲ ଜାଓ ମିନ୍‌ ଟୁନ୍‌ ସୂଚିତ କରିଛନ୍ତି।

ବିମାନରେ ୬ ଜଣ ସେନା କର୍ମଚାରୀ ଓ କିଛି ବୌଦ୍ଧ ଭିକ୍ଷୁ ଯାତ୍ରା କରୁଥିଲେ। ଏକ ବୌଦ୍ଧ ମଠରେ ଅନୁଷ୍ଠିତ ଉତ୍ସବରେ ଏମାନେ ଯୋଗ ଦେବାକୁ ଯାଉଥିବା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ସୂଚନା ପାଇ ମାଣ୍ଡାଲେ ଅଗ୍ନିସମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.

ବ୍ରେକିଂ