ଓଡିଶାରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା

ଭୁବନେଶ୍ୱର: ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ଆଉ ୧୨୮୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୭୫୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୨୭। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୧୯୨ ଆକ୍ରାନ୍ତ ରହିଛନ୍ତି।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁଏନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

କଳାହାଣ୍ଡିରେ ୧୦୮, ବରଗଡ଼ରୁ ୮୪, ନୂଆପଡ଼ା ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୮୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ସେହିପରି କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୋଳରୁ ୪୯, ବଲାଙ୍ଗିରୁ ୪୫, ଝାରସୁଗୁଡ଼ା ୩୬, ଗଞ୍ଜାମ ୩୨ ଜଣ ନୂଆ ଆକ୍ରାନ୍ତା ବାହାରିଛନ୍ତି । ବାକି ଜିଲ୍ଲାଗୁଡ଼ିରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ଭିତରେ ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧୯୨୪ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୮୯୦ । ଆକ୍ଟିଭ କେସ୍ ସଂଖ୍ୟା ୫ହଜାର ୯୪୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

ବ୍ରେକିଂ