ରାଜ୍ୟରେ ସୁସ୍ଥ ହେଲେ ୧୩୬ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥଙ୍କ ମଧ୍ୟରୁ ସମ୍ବଲପୁରରୁ ୧୯ଜଣ କରୋନା ଆକ୍ରାନ୍ତ ଆଜି ଆରୋଗ୍ୟ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

<>

</>

ସେହିପରି ସୁନ୍ଦରଗଡ଼ରୁ ୧୪ଜଣ, ବରଗଡ଼ରୁ ୧୩ଜଣ, ବାଲେଶ୍ବରରୁ ୧୦ଜଣ, ପୁରୀରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ, ଖୋର୍ଧାରୁ ୮ଜଣ, କଟକରୁ ୭ଜଣ, ଯାଜପୁରରୁ ୬ଜଣ, କେନ୍ଦୁଝରରୁ ୫ଜଣ, ନୂଆପଡ଼ାରୁ ୫ଜଣ, ଅନୁଗୁଳରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ