ରାଜ୍ୟରେ ପ୍ରଥମ ଦିନରେ ୧୩ହଜାର ୯୮୦ଜଣ ନେଲେ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଆଜି ସାରା ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ ହୋଇଛି ।  ପ୍ରଥମ ଦିନରେ ୧୬ ହଜାର ୪୦୫  ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଶନିବାର ଟିକାକରଣର ଶେଷ ସୁଦ୍ଧା ରାଜ୍ୟରେ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ  ସୂଚନା ମିଲିଛି । ତଥ୍ୟ ଅନୁଯାୟୀ, ଟିକାକରଣର ପ୍ରଥମ ଦିନରେ ଗଞ୍ଜାମ ଓ କଟକ ଜିଲ୍ଲାର ୧୧ଟି କେନ୍ଦ୍ରରେ ସର୍ବାଧିକ ୧୦୦୪ ଜଣଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ ରଖାଯାଇଥିଲା ।

ଆଜି ଟିକାକରଣର ଶେଷ ସୁଦ୍ଧା କଟକରେ ୯୦୪ ଓ ଗଞ୍ଜାମରେ ୧୦୦୪ ଜଣଙ୍କୁ ଟିକା ଦିଆଯାଇଛି ।  ତେବେ, ରାଜ୍ୟର ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ସୋନପୁରରେ ୧୦୦ ଶତକଡା ଟିକାକରଣ ହୋଇଥିବା ସୂଚନା ମିଳିଛି । ତଥ୍ୟ ଅନୁଯାୟୀ, ସାରା ରାଜ୍ୟରେ ଟିକାକରଣର ପ୍ରଥମ ଦିନରେ ୮୫ ଶତକଡା ଟିକାକରଣ ହୋଇଛି ।

ସୂଚନାଯୋଗ୍ୟ, ଏହି ଟିକାକରଣରେ ୧୮ ବର୍ଷରୁ କମ, ଗର୍ଭବତୀ, ପ୍ରସୂତି ଓ ଅସୁସ୍ଥଙ୍କୁ ଟିକା ମନା ନେବାକୁ ମନା କରାଯାଇଛି । ଯେଉଁମାନେ ୧୪ ଦିନ ଭିତରେ ଅଲଗା ଟିକା ନେଇଥିବେ ସେମାନେଙ୍କୁ ଦିଆଯିବ ନାହିଁ ।  ପ୍ରତି ଟିକା କେନ୍ଦ୍ରରେ ୫ ଜଣିଆ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଭ୍ୟାକ୍ସିନ୍ ଦେଉଥିବା ବେଳେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଦିଆଯିବ । ପ୍ରଥମ ଦଫାରେ ରାଜ୍ୟରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.

ବ୍ରେକିଂ