ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଏହି ଦୁଇ ରାଜ୍ୟରୁ କୌଣସି ବ୍ୟକ୍ତ ଓଡ଼ିଶା ଆସିଲେ, କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ।

ଯଦି ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ଥିବ, ତାହାହେଲେ ୭ ଦିନ କ୍ୱାରେଣ୍ଟାଇନ। କଟକଣା କଡ଼ାକଡ଼ି ପାଳନ ଲାଗି ୬ ସୀମାବର୍ତ୍ତୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଗଂଜାମ , ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ନିର୍ଦ୍ଦେଶାନାମା ମୁତାବକ, ଆନ୍ଧ୍ର ଓ ତେଲେଙ୍ଗାନାରେ କୋଭିଡର ଭିନ୍ନ ଏକ ଭାରିଆଣ୍ଟ ଦେଖିବାକୁ ମିଳୁଛି । ତେଣୁ ସେଠାରୁ କେହି ବ୍ୟକ୍ତି ଓଡିଶା ଫେରିଲେ ତାଙ୍କୁ ସଙ୍ଗରୋଧରେ ରହିବାକୁ ପଡିବ ।

Leave A Reply

Your email address will not be published.

ବ୍ରେକିଂ