ଅନୁଗୁଳ : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଖାଲ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଘଟଣାରେ ୪ ପରିବାରର ୧୪ ବଖରା ଘର ପୋଡି ପାଉଁସ ହୋଇଯାଇଛି ।
ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କେତେ ପରିମାଣରେ ସମ୍ପତ୍ତି ପୋଡି ନଷ୍ଟ ହୋଇ ଯାଇଛି ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।