ମାଟ୍ରିକ୍‌ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ୧୫,୧୫୫ ପିଲାଙ୍କ ଆବେଦନ

ଭୁବନେଶ୍ୱର: ମାଟ୍ରିକ୍‌ରେ ଅଫ୍‌ଲାଇନ୍ ପରୀକ୍ଷା ଦେବା ଲାଗି ଆବେଦନ ତାରିଖ ଶେଷ ହୋଇଛି । ଆବେଦନ ତାରିଖ ଶେଷ ସୁଦ୍ଧା ମୋଟ ୧୫,୧୫୫ ପିଲା ଆବେଦନ କରିଛନ୍ତି । ତେବେ ଏଚଏସସି  ଅଫଲାଇନ ପରୀକ୍ଷା ଦେବାକୁ ୬୫୯୬ ପିଲା ଆବେଦନ କରିଥିବା ବେଳେ ଅଫ୍ ଲାଇନ୍‌ରେ ରାଜ୍ୟ ଓପନ ସ୍କୁଲ ଲାଗି ୮୪୯୩ ପିଲା ଆବେଦନ କରିଛନ୍ତି । ସେହିପରି ଅଫ୍ ଲାଇନ୍‌ରେ ମଧ୍ୟମା ପରୀକ୍ଷା ଦେବାକୁ ୬୬ ପିଲା ଆବେଦନକରିଛନ୍ତି ।

କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ। ମୂଲ୍ୟାୟନ ହୋଇଥିଲା ଭିନ୍ନ ଉପାୟରେ ଓ ଏହି ବିକଳ୍ପ ଉପାୟରେ ଫଳ ପ୍ରକାଶ ପାଇବାରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ମାର୍କକୁ ନେଇ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଥିଲେ ଅସନ୍ତୋଷ । ପ୍ରତିବାଦ ଓ ଆନ୍ଦୋଳନ କରାଯିବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି ଘୋଷଣା କରାଯାଇଥିଲା ।

 ମାଧ୍ୟମିକ ଶିକ୍ଷା ପରିଷଦ ଅଫଲାଇନ୍ ପରୀକ୍ଷା ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଅଫଲାଇନରେ ଫର୍ମ ପୂରଣ ପାଇଁ ଆବେଦନ କରିବାର ଗୁରୁବାର ଶେଷ ତାରିଖ ରହିଥିଲା। ସେହିପରି ୨୮ ତାରିଖ ସୁଦ୍ଧା ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଓଏମଆର୍ ସିଟ୍ ପହଞ୍ଚିବ । 

Leave A Reply

Your email address will not be published.

ବ୍ରେକିଂ