ଜାନୁଆରୀ ୨୧ରୁ ତୋଷାଳି ମେଳା

ଭୁବନେଶ୍ୱର: ଜାନୁଆରୀ ୨୧ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ତୋଷାଳି ମେଳା । ଏହି ମେଳା ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତୋଷାଳୀ ମେଳା ଆୟୋଜନ ନେଇ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି ।

ତେବେ କୋଭିଡ କଟକଣା ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଚଳିତ ଥର ମେଳାରେ ରାଜ୍ୟରେ ୧୭୦ଟି ଓ ରାଜ୍ୟ ବାହାରର ୮୦ଟି ଷ୍ଟଲ ରହିବ ।

ଜାତୀୟ ସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ । ଗତବର୍ଷ ୪୫୦ଟି ଷ୍ଟଲ ଥିବା ବେଳେ ସ୍ୱତନ୍ତ୍ର କୋଭିଡ ନିୟମ ପାଳନକୁ ଆଖିରେ ରଖି ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୨୫୦ଟି ଷ୍ଟଲ କରାଯାଉଛି । ତୋଷାଳୀ ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକୀୟ ପୋଲିସ, ଯଥେଷ୍ଟ ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପିଇବା ପାଣି ନେଇ ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ