ଭୁବନେଶ୍ୱର: ଶୀତ ସତର୍କତା ଜାରି କଲା ପାଣିପାଗ ବିଭାଗ । ରାଜ୍ୟରେ ୨୪ ଘଣ୍ଟା ଯାଏଁ ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ୟେଲୋ ୱାର୍ଣ୍ଣଂ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି ।
ତେବେ, ଜାରି ସୂଚନା ଅନୁଯାୟୀ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ବଲାଙ୍ଗିର , ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା ଓନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତର ଓ ଇତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ, କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡି ସମ୍ଭାବନା ରହିଛି ।