ରାଇରଙ୍ଗପୁର ଉପକାରାଗାରର ୧୬ ଅନ୍ତେବାସୀ କରୋନା ସଂକ୍ରମିତ

ବାରିପଦା : ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଅନ୍ତେବାସୀଙ୍କୁ ଜେଲ୍ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।

 

ତେବେ ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ ସେଥିମଧ୍ୟରୁ ୧୬ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ଏବେ ଜିଲ୍ଲାରେ ଗତ ୯ ଦିନ ମଧ୍ୟରେ ୧୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ୍ ୮ରେ ସର୍ବାଧିକ ୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ