ଶନିବାର ରାଶିଫଳ: ଜାଣନ୍ତି କିଭଳି କଟିବ ଆପଣଙ୍କ ଦିନ

ମେଷ: ଆଶା ଅଭିଳାଷ ପୂରଣ କରିବା ପାଇଁ ଦିନଟି ଶୁଭ । ଯାନ ବାହନରେ ଆକସ୍ମିକ ବ୍ୟୟ ବରାଦ ଆସିବ । ଗୃହ ଉପକରଣ କ୍ରୟ, ଯାତ୍ରା ଶୁଭ, ପରିବାରରେ ମାନ ମନାନ୍ତର, ଧାର୍ମିକ କାର୍ଯ୍ୟରେ ପ୍ରତିବନ୍ଧକ ଓ ରାଜନୀତିରେ ପ୍ରତିଷ୍ଠା ପାଇବେ ।

ବୃଷ: ସ୍ଥିର ବିଚାର ବିବେଚନାରେ କାର୍ଯ୍ୟ କରିପାରିଲେ ସଫଳତା  ଅବଶ୍ୟ ମିଳିବ । ପ୍ରିୟ ପରିଜନଙ୍କ ସହଯୋଗ, କର୍ମ କ୍ଷେତ୍ରରେ ଉତ୍ସାହ, ସାଂଗଠନିକ କାର୍ଯ୍ୟରେ ଦକ୍ଷତା, ବୃଥା ବ୍ୟୟ, ରାଜନୀତିରେ ସମସ୍ୟା ବୃଦ୍ଧି ଓ ଯାତ୍ରା ଶୁଭର ସମ୍ଭାବନା ।

ମିଥୁନ: ବ୍ୟୟ ବହୁଳତା ପାଇଁ ସଞ୍ଚୟ ଜମା ହ୍ରାସ ହୋଇପାରେ । ସନ୍ତାନ ସନ୍ତାତିଙ୍କ ସଫଳତାରେ ଆତ୍ମ ସନ୍ତୋଷ ପାଇବେ । କର୍ମ କ୍ଷେତ୍ରରେ ମନୋମାଳିନ୍ୟ, ଦୂର ଯାତ୍ରାରେ କ୍ଷତି, ଦେବାଦେବୀ କାର୍ଯ୍ୟରେ ନିଷ୍ଠା, ବ୍ୟବସାୟିକ କ୍ଷେତ୍ର ପରିସର ବୃଦ୍ଧି ପାଇବ ।

କର୍କଟ: କର୍ମ କ୍ଷେତ୍ରରେ ଅଧ୍ୟସ୍ତନ କର୍ମଚାରୀଙ୍କ ସହଯୋଗ ବିଶେଷ ସହାୟକ ହେବ । ନିର୍ମାଣ ମୂଳକ କର୍ମ ଆଗେଇବ । ଧାର୍ମିକ କାର୍ଯ୍ୟରେ ଅନୁପ୍ରେରିତ ହେବେ । ଶ୍ଳେଷ୍ମାପୀଡ଼ା, ଗଣ୍ଠିବ୍ୟଥା ଓ ଯକୃତ ସମସ୍ୟା ଅପରାହ୍ନ ଠାରୁ ଆସିବାର ଆଶଂକା ଅଛି ।

ସିଂହ: ଅଧିକ ପରିଶ୍ରମ କରିବେ । ଫଳ ଆଶାନୁରୂପ ହେବନାହିଁ । ପରିବାରରେ ମନାନ୍ତର ଆସିବ । ଲୋଭ ଓ ଆସକ୍ତି ଠାରୁ ଦୂରରେ ରହିବା ଉଚିତ । ନିର୍ମାଣାଧୀନ କାର୍ଯ୍ୟରେ ଅଗ୍ରଗତି, ସଜ୍ଜନ ସଂପର୍କ ଓ ସମୟୋପଯୋଗୀ ପରାମର୍ଶ ପାଇବେ ।

କନ୍ୟା: ଦିବା ୧ ଘ ୪୩ ମି ଠାରୁ ଘାତଚନ୍ଦ୍ର ହେତୁ ସମୟ ଅଶୁଭ ଫଳ ଦାୟକ ହେବ । ଆହାର ବିହାର ଅନିୟମିତ କାରଣରୁ ସ୍ୱସ୍ଥ୍ୟ ସମସ୍ୟା ପାରିବାରିକ ବୁଝାମଣାରେ କ୍ଷତି, ଉଚ୍ଚ ବର୍ଗରେ ଅପ୍ରିୟ, ମାନସିକ ଅଶାନ୍ତି ଭୋଗ ହେବ । ଧର୍ମ କାର୍ଯ୍ୟରେ ନିଷ୍ଠା ।

ତୁଳା: ଦିନଚର୍ଯ୍ୟା ଠିକ୍ ରଖି ମଧ୍ୟ ଦୈହିକ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଉଚ୍ଚ ବର୍ଗ ସହ ସୁସଂପର୍କ ରହିବ । ଗୃହ ଭୂମି ସଂପର୍କିତ ମାମଲା ଠାରୁ ଦୂରତା ରଖିବା ହିତକର । ଆର୍ଥିକ ଉନ୍ନତି, ପରିଜନଙ୍କ ସହଯୋଗ ଓ ଧାର୍ମିକ କ୍ଷେତ୍ର ସହ ସଂପର୍କ ବଢିବ ।

ବିଚ୍ଛା: ଦିବା ୧ଘ ୪୩ ମି ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗ ହେବ । ଦୂର ଯାତ୍ରା ଗ୍ରହଣୀୟ ନୁହେଁ । ଆଶା ଆଶଂକା ମଧ୍ୟରେ ରହିବେ । ଉଚ୍ଚ ଅଭିଳାଷ ପୂରଣରେ ବିଳମ୍ବ, ବନ୍ଧୁ ବର୍ଗରୁ ସାହାଯ୍ୟ ପ୍ରାପ୍ତି ଓ ଅଯଥା ସମସ୍ୟା ବୃଦ୍ଧି । ପାରିବାରିକ ଖୁସି ମିଳିବ ।

ଧନୁ: ଦିନଟି ଶୁଭଫଳ ପ୍ରଦାୟକ ହେବ । ଦେହ ଓ ମନରେ ସୁସ୍ଥ ରହିବେ । କର୍ମ କ୍ଷେତ୍ରରେ ସାମୟିକ ଅସହଯୋଗ ଆସିବ । କାର୍ଯ୍ୟ ସଫଳତା, ନୂତନ ଦ୍ରବ୍ୟ କ୍ରୟ, ସନ୍ତାନସନ୍ତତି ସୁଖ, ଉଚ୍ଚ ସଂପର୍କରେ ଉନ୍ନତି ଓ ଦୂର ଯାତ୍ରା ଶୁଭଙ୍କର ହେବ ।

ମକର: ନିର୍ମାଣ ମୂଳକ କର୍ମରେ ସଫଳ ଅଗ୍ରଗତି ସମ୍ଭବ ହେବ । ଆୟ ଅପରିବର୍ତ୍ତିତ ରହିବ । ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣା, ବନ୍ଧୁ ପ୍ରିୟଜନଙ୍କ ସହଯୋଗ, ଦୃଢ ମନୋବଳ, ରାଜନୈତିକ ସ୍ଥିରତା ଓ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ବିକାଶ ।

କୁମ୍ଭ: ମାନସିକ ଅଶାନ୍ତି ଅସନ୍ତୋଷରୁ ଅନେକାଂଶରେ ମୁକ୍ତ ରହିବେ । କର୍ମ କ୍ଷେତ୍ରରେ ଉତ୍ସାହ, ଅର୍ଥାଗମରେ ପ୍ରତିବନ୍ଧକ, ପରିବାରରେ ମତାନ୍ତର, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପ୍ରାପ୍ତି, ଉଚ୍ଚ ବର୍ଗ ସହିତ ସୁସଂପର୍କ ଓ ଗୁରୁ ଦେବତା ଭକ୍ତି ରହିବ ।

ମୀନ: ଦୈହିକ କ୍ଲାନ୍ତି ଅବସନ୍ନତା ଲାଗି ରହିବ । ବିନା କାରଣରେ ମନ ଭାରାକ୍ରାନ୍ତ ରହିପାରେ । ବନ୍ଧୁ ମାନେ ସ୍ୱାର୍ଥ ସର୍ବସ୍ୱ ହେବେ । ପାରିବାରିକ ବୁଝାମଣାରେ ଅସନ୍ତୋଷ ଆସିବ । ବୈଷୟିକ ଉନ୍ନତି ଓ ରାଜନୀତି କ୍ଷେତ୍ରରେ ସମାଦୃତି ମିଳିବ ।

 

Leave A Reply

Your email address will not be published.

ବ୍ରେକିଂ