ଆଜି ଭୁବନେଶ୍ୱରରୁ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୭୫ ସୁସ୍ଥ

ଭୁବନେଶ୍ୱର:  ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୭୬୭ କୁ ବୃଦ୍ଧି ହୋଇଛି। ଏନେଇ ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।

ସେହିପରି ଆଜି ଭୁବନେଶ୍ବରରୁ ୧୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୮୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୮୯ ଜଣ କରୋନାରେ ମୃତ୍ୟୁ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ