ରାଜ୍ୟରେ ସର୍ବାଧିକ ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର:  ଆଜି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି  ।  ଗତ ୨୪ ଘଣ୍ଟାରେ ୧୧ ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ଲହର ଆସିବା ପରଠୁ ଏହା ଦୈନିକ ସର୍ବାଧିକ ମୃତ୍ୟସଂଖ୍ୟା । ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ରହିଥିବା ବେଳେ ୯ ଜଣ ମହିଳା କରୋନା ସଂକ୍ରମିତ ରହିଛନ୍ତି । ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୪୦କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ସର୍ବାଧିକ ରହୁଛି । ଦୁଇଟିଯାକ ଜିଲ୍ଲାରୁ ଆଜି ୪ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ମୋଟ୍ ୩୮୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୦୫ ଜଣ ମୃତ୍ୟୁବରଣ କଲେଣି ।

ସେହିପରି ପୁରୀ ଓ ଗଞ୍ଜାମ ଜିଲ୍ଲାରୁ  ୨ଟି ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଜପତି, ଅନୁଗୋଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ