ଘର ଭିତରକୁ ମାଡିଗଲା କାର୍, ମହିଳା ମୃତ

ନୂଆପଡା: ଘର ଭିତରକୁ ମାଡିଗଲା କାର୍ । ନୂଆପଡା ଜିଲ୍ଳା ଖଡିଆଳ ଥାନା ଗଡରାମୁଣ୍ଡା ଗାଁରେ ଏଭଳି ଅଘଟଣ ଘଟିଛି।  ଦୁର୍ଘଟଣାରେ ମାଆର ମୃତ୍ୟୁ ହୋଇଥିବା ବେଳେ ବାପ ଓପୁଅ ଗୁରୁତର ହୋଇଛନ୍ତି । ଗୁରୁତର ବାପ-ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଗଡରାମୁଣ୍ଡା ଗାଁର ନମିତା ହଂସ   ।

ସେପଟେ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଗାଡି ଭଙ୍ଗାରୁଜା କରିବା ସହ ଖଡିଆଳ-ବୋଡେନ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନାନୁସାରେ ଖଡିଆଳ-ବୋଡେନ ରାସ୍ତା ପାର୍ଶ୍ୱ ଗଡ଼ରାମୁଣ୍ଡା ଗାଁରେ ନରେଶ ସିଂହଙ୍କ ଘର। ଆଜି ଦ୍ୱିପ୍ରହରେ ଘରେ ନରେଶ, ତାଙ୍କ ପତ୍ନୀ ନମିତା ହଂସ  ଓ ୮ ବର୍ଷର ପୁଅ ଥିଲେ। ଏହି ସମୟରେ ଖଡିଆଳରୁ ବୋଡେନ୍‌ ଅଭିମୁଖେ ଯାଉଥିବା କାର୍ କାନ୍ଥ ଭାଙ୍ଗି ନରେଶଙ୍କ ଘର ଭିତରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ନମିତାଙ୍କ ମୃତ୍ୟୁ ଘଟିଥିଲା। ତେବେ ନରେଶ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.

ବ୍ରେକିଂ