ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୭ ୱିକେଟ୍‌ରେ ଜିତିଲା

କଲମ୍ବୋ:  ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ସହଜ ବିଜୟ ହୋଇଛି । ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ। ଭାରତ ପକ୍ଷରୁ ଅଧିନାୟକ ଶିଖର ଧାୱନଙ୍କ ସର୍ବାଧିକ ୮୫ ରନ୍ ସଂଗ୍ରହ କରିଥିବା ବେଳେ  ଯୁବ କ୍ରିକେଟର ଈଷନ କିଷନ ୫୯ ରନ୍,  ପୃଥ୍ୱୀ ସ୪୩ ରନ  ସଂଗ୍ରହ କରିଥିଲେ ।  ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। 

କଲମ୍ବୋସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମ୍ରେ ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୬୨ ରନ୍ କରିଥିଲା ।

ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଦିନିକିଆ ଜୁଲାଇ ୨୦ରେ ଖେଳାଯିବ।

Leave A Reply

Your email address will not be published.

ବ୍ରେକିଂ