ସୁନାପାଲି ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡ ପର୍ଦ୍ଦାଫାଶ, 2 ଅଭିଯୁକ୍ତ ଗିରଫ

ସମ୍ବଲପୁର : ଧନୁପାଲି ପୋଲିସକୁ ବୁଧବାର ବଡ ସଫଳତା ମିଳିଛି ।  ଗତ ଡିସେମ୍ବର 6 ତାରିଖରେ ସୁନାପାଲି ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଟଙ୍କା ପଇସା କାରବାରକୁ ନେଇ ଏହି ହତ୍ଯାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ ଜଣାପଡିଛି ।

ସୂଚନା ମୁତାବକ,  ଗତ ଡିସେମ୍ବର  ତାରିଖରେ ଖେତିପଡାର ମହମ୍ମଦ ଅଫତାରକୁ କେହି ଦୁର୍ବୃତ୍ତ ହତ୍ୟା କରି ଏକ ପୋଖରୀ ନିକଟରେ ଫୋପାଡି ଦେଇଥିଲେ । ଏନେଇ ଥାନାରେ ମାମଲା ରୁଜୁ କରିବା ସହ ଘଟଣାର ଖୋଡତାଳ କରିଥିଲା ଧନୁପାଲି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଥିଲା । ତେବେ ଦୀର୍ଘ ଦେଢ ମାସ ପରେ ଏହି ହତ୍ଯାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାରେ ଅଭିଯୁକ୍ତ ଅଜୟ ମୁଣ୍ଡା ଓ ରାକେଶ ଖମାରିକୁ ପୋଲିସ ଗିରଫ କରିଛି ।

ପୋଲିସର କହିବା ଅନୁଯାୟୀ,  ଘଟଣା ଦିନ ମହମ୍ମଦ ଅଫତାର ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଉଭୟ ଅଭିଯୁକ୍ତ ସୁନାପାଲି ଅଞ୍ଚଳରେ ଥିବା ପୋଖରୀ ନିକଟରେ ମହମ୍ମଦ ଅଫତାରଙ୍କ ସହ ଧସ୍ତାଧସ୍ତି କରିବା ସହ  ଲୁଟ  ଉଦ୍ୟମ କରିଥିଲେ । ତେବେ ମହମ୍ମଦ ଏଥିରେ ବାଧା ଦେବାରୁ ଉଭୟ ଅଭିୟୁକ୍ତ ଇଟାରେ ଅଫତାବଙ୍କ ମୁଣ୍ଡ ଏବଂ ମୁହଁକୁ ଛେଚି ଛେଚି ହତ୍ୟା କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.

ବ୍ରେକିଂ