ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ମୃତ

ଜମ୍ମୁ-କଶ୍ମୀର:  ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ପାଟନିଟୋପ୍‌ ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା।

ପ୍ରବଳ କୁହୁଡ଼ି ଯୋଗୁ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ଖୋଜିବା ଭାରତୀୟ ସେନା ପାଇଁ କଷ୍ଟକର ହୋଇପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ ପାଇଲଟ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ସେନା ପକ୍ଷରୁ  ଏନେଇ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ