ପୁଣି ଭିସୁଟରେ କରୋନା ସଂକ୍ରମଣ ଚିହ୍ନଟ

ସମ୍ବଲପୁର : ପୁଣି ଭିସୁଟରେ ପଶିଲା କରୋନା । ବୁର୍ଲା ଭିସୁଟର କୂଳପତି ପ୍ରଫେସର ବଂଶୀଧର ମାଝି ଓ ୨ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି କୂଳପତି ପ୍ରଫେସର ବଂଶୀଧର ମାଝୀ ।

ସଂକ୍ରମିତ ୨ଜଣ ଛାତ୍ର ପୁଲହ ହଷ୍ଟେଲର ହୋଇଥିବା ବେଳେ ଏମାନଙ୍କୁ ସ୍ୱତନ୍ତ୍ର ଏକ କୋଠରୀରେ ସଂଗରୋଧରେ ରଖାଯାଇଛି । ସଂକ୍ରମିତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଙ୍କୁ ମଧ୍ୟ ସଂଗରୋଧରେ ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ