ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ନୂଆପଡ଼ା : ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ଥାନା ଜାତୀୟ ରାଜପଥ-୩୫୩ ବିଲେଞ୍ଜୋର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକମାନେ କୋମନା ଥାନା ତରବୋଡ ଗାଁର ଗଜିନ୍ଦ୍ର ଦଣ୍ଡସେନା ଓ ସୁଦେସ୍ନା ଦଣ୍ଡସେନା ବୋଲି ଜଣାପଡିଛି ।

ସୂଚନାନୁଯାୟୀ,  ଗଜିନ୍ଦ୍ର ଦଣ୍ଡସେନା ଝିଅ ଜ୍ୱାଇଁଙ୍କ ଝଗଡ଼ାର ସମାଧାନ କରିବା ପାଇଁ ବୋଲେରୋରେ ବଙ୍ଗୋମୁଣ୍ଡା ଯାଇଥିଲେ । ତାଙ୍କ ସାଥିରେ କିଛି ସମ୍ପର୍କୀୟ ମଧ୍ୟ ଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ସେ ବଙ୍ଗୋମୁଣ୍ଡାରୁ ଫେରୁଥିବା ବେଳେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଘଟଣାସ୍ଥଳରେ ଗଜିନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ସମ୍ପର୍କୀୟ ଗୁରୁତର ହୋଇଛନ୍ତି।

ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ