ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତ, ୨ ମୃତ

ବାଲେଶ୍ବର : ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତ । ଏଥିରେ ୨ ଜଣଙ୍କର ମୃତ୍ୟୁ  ଘଟିଥିବା ସୂଚନା ମିଳିଛି । ସିମୁଳିଆ ଥାନା କହ୍ନେଇଁବିନ୍ଧା ଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

ତେବେ ଏହି ୨ ଶ୍ରମିକ କାମ କରିବା ପାଇଁ ମୟୂରଭଞ୍ଜରୁ ସିମୁଳିଆ ସ୍ଥିତ କହ୍ନେଇଁବିନ୍ଧା ଗାଁକୁ ଆସିଥିଲେ । ତେବେ ଜମିରେ କାମ କରୁଥିବା ସମୟରେ ହିଁ ବ୍ରଜପାତ ହୋଇଥିଲା । ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ