ନିଆଁ ଲାଗି ଆସବାବପତ୍ର ସହ ଜଳିଗଲା ୨ ବଖରା ଘର

ଠାକୁରମୁଣ୍ଡା: ନିଆଁ ଲାଗି ଜଳି ଗଲା ୨ ବଖରା ଘର ।  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତିକିଡିହା ଗାଁର ଭିମ ବିନ୍ଧାଣିଙ୍କ ୨ ବଖରା ଚାଳଛପର ଘରେ ଆଜି ନିଆଁଲାଗି ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି ।

ଅଗ୍ନିକାଣ୍ଡରେ ଘର ଭିତରେ ଥିବା ୪ ବସ୍ତା ରୁ ଊର୍ଦ୍ଧ୍ବ ଧାନ, ଚାଉଳ ଓ ଲୁଗାପଟା ସହିତ ନଗଦ ୨ ହଜାର ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ନିଆଁର ପ୍ରଭାବ ଅଧିକ ଥିବାରୁ ଗ୍ରମବାସୀ ବହୁ ଚେଷ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରି ପାରି ନ ଥିଲେ ।

ଖବର ପାଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଅଗ୍ନିଶମ ବାହିନି ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ  । ହେଲେ ନିଆଁ ଲିଭିଲା ବେଳକୁ ଘରଟି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା ।

ତେବେ, କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ଭୀମ ବିନ୍ଧାଣି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

ବ୍ରେକିଂ