ଜେନେରେଟର ହେଲା କାଳ, ଶ୍ୱାସରୁଦ୍ଧ ହୋଇ ୨ ମୃତ

କେନ୍ଦୁଝର : ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ । ଘଟଣାରେ ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି ।  କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଏଭଳି ଅଘଟଣ ଘଟିଛି । ତେବେ ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ମୃତକମାନେ କାଠବାରୀ ଗାଁର ବାଦଲ ନାଏକ ଏବଂ ବାଇଧର ନାଏକ । ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ସେମାନେ ଜେନେରେଟର ଚାଲୁଥିବା ରୁମେ ଶୋଇପଡିଥିଲେ । ରୁମର କବାଟ, ଝରକା ଦେଇ ଶୋଇଥିବାରୁ ଧୁଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ୨ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ