ସମ୍ବଲପୁରରୁ ୨ ରକ୍ତ ଦଲାଲ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ଦୁଇ ରକ୍ତ ଦଲାଲ ଗିରଫ । ରକ୍ତ ଯୋଗାଇଦେବା ନାଁରେ ବୁର୍ଲା ଭିମସାରରେ ରୋଗୀଙ୍କୁ ଟଙ୍କା ଲୁଟୁଥିବା ୨ ଦଲାଲଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଯଦି କୌଣସି ଦଲାଲ ରକ୍ତ ଯୋଗାଇଦେବା ନାଁରେ ଟଙ୍କା ମାଗୁଥାଏ ତାହେଲେ ତୁରନ୍ତ ସୂଚନା ଦେବାକୁ କହିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ବୁର୍ଲା ଭିମସାରରେ ଏବେ ଆଡ୍ଡା ଜମାଉଛନ୍ତି ରକ୍ତ ଦଲାଲ । ଆଉ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ନିଶାନ କରୁଛନ୍ତି । ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଇବା ନାଁରେ ଚାଲୁଛି ଦଲାଲି । ବୁର୍ଲା ଭିମସାରରେ ରୋଗୀଙ୍କୁ ମାଗଣାରେ ରକ୍ତ ଦିଆଯାଉଥିଲେ ମଧ୍ୟ ଏମାନେ ବିଭିନ୍ନ ଉପାୟରେ ରୋଗୀ ଓ ସେମାନଙ୍କ ସର୍ମ୍ପକୀୟଙ୍କୁ ରକ୍ତ ବିକ୍ରି କରୁଥିଲେ । ଆଉ ଖବର ପାଇ ପୋଲିସ ହସ୍ପିଟାଲ ପରିସରରୁ ୨ ଦଲାଲଙ୍କୁ ଗିରଫ କରିଛି । ଏଥିସହ ରକ୍ତ ପାଇଁ କୌଣସି ଦଲାଲଙ୍କୁ ଯୋଗାଯୋଗ ନ କରିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ପୋଲିସ ।

Leave A Reply

Your email address will not be published.

ବ୍ରେକିଂ