ନଦୀରେ ବୁଡି ୨ ନାବାଳକ ମୃତ

ଲମତାପୁଟ: ନଦୀରେ ବୁଡି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅଧୀନ ପାତାଳି ନଦୀରେ ବୁଡି ଦୁଇ ନାବାଳକ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ନାବାଳକ ପାତାଳି ନଦୀକୁ ଯାଇ ମାଛ ଧରୁଥିଲେ । ମାଛ ଧରୁ ଧରୁ ଦୁଇ ନାବାଳକ ନଦୀରେ ବୁଡି ଯାଇଥିଲେ । ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ନଦୀର ଗଭୀର ଜଳ ଭିତରୁ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ।

ହେଲେ ସେତେବେଳକୁ ବହୁତ ଡେରି ହେଇଯାଇଥିଲା । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ହିଁ ଉଦ୍ଧାର କରିପାରିଥିଲେ।

Leave A Reply

Your email address will not be published.

ବ୍ରେକିଂ