ସମ୍ବଲପୁର: ଆଖି ବୁଜିଲେ ୨ ଶୁଶୁକନ୍ୟା । ଘର ପଛପଟ ଖାଲରେ ପଡି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜଲ୍ଲା ଗୋଶାଳା ଫାଣ୍ଡି ଅନ୍ତର୍ଗତ କଳପଡା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ନୂଆ ଘର ତିଆରି ବେଳେ ପାଣି ରଖିବାକୁ ଖାଲ ଖୋଳାଯାଇଥିଲା । ଆଜି ପଡୋଶୀ ଘରର ଏହି ଦୁଇ ଶିଶୁକନ୍ୟା ଖେଳୁଖେଳୁ ପାଣି ଭର୍ତ୍ତି ଖାଲରେ ପଡିଯାଇଥିଲେ । ତେବେ, ମୃତ ଶିଶୁକନ୍ୟାଙ୍କର ୩ ବର୍ଷ ଲେଖାଏଁ ହେବ ବୋଲି ଜଣାପଡିଛି ।