ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ ଖୋଲିଲା

ସମ୍ବଲପୁର :  ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବାମ ପାର୍ଶ୍ଵରେ ୯ ଏବଂ ଡାହାଣ ପାର୍ଶ୍ଵରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୫୮ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ  ୧.୮୬ ଲକ୍ଷ ଘନଫୁଟ ଜଳ ପଶୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨.୧୭ ଲକ୍ଷ ଘନଫୁଟ ଜଳ ଛଡାଯାଉଛି ।

Leave A Reply

Your email address will not be published.

ବ୍ରେକିଂ