ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

ଭଦ୍ରକ: ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ମୃତକ ଦ୍ୱୟ ହେଲେ ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତର ଲକ୍ଷ୍ମୀଧର ପୂର୍ତ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳର ସୁଶାନ୍ତ ସାହୁ ବୋଲି ଜଣାପଡିଛି । ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାମୁତାବକ ଆଜି ସକାଳେ ଶୌଚ ହେବା ପାଇଁ ଲକ୍ଷ୍ମୀଧର ପୋଖରୀକୁ ଯାଇଥିଲେ। ଶୌଚ ହେବା ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ପୋଖରୀରେ ଖସିଯାଇଥିଲା। ଯାହାଫଳରେ ସେ ପୋଖରୀରେ ବୁଡ଼ି ଯାଇଥିଲେ। ସେହିପରି ଧାମନଗର ବ୍ଲକର ସୁଶାନ୍ତ ସାହୁ ଶୌଚ ପାଇଁ ବୈତରଣୀ ନଦୀକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ