ନଦୀରେ ଭାସିଯାଇ ୨ ନିଖୋଜ

ରାଉରକେଲା: ବଣଭୋଜି ବେଳେ ଅଘଟଣ । ସାଙ୍ଗସାଥୀ ହୋଇ ବଣଭୋଜି କରିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇ ୨ ନିଖୋଜ ହୋଇ ଯାଇଛନ୍ତି । ତେତେରକେଲା ନିକଟରେ କୋଏଲ ନଦୀରେ ଦୁଇ ଜଣ ଯୁବକ ଭାସି ଯାଇଥିଲେ ।

ବିଶ୍ରା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଦ୍ୱାରା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଛି । ନିଖୋଜ ଅନ୍ୟ ଜଣେ ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି।

Leave A Reply

Your email address will not be published.

ବ୍ରେକିଂ