ଟାଟା ଏସ୍ ଗାଡି ଓଲଟି ୨୦ ଶ୍ରମିକ ଆହତ

ପାତ୍ରପୁର: ଓଲଟିଲା ଟାଟା ଏସ୍‌ ଗାଡି । ଫଳରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତାଳପଡା ଠାକୁରାଣୀ ମନ୍ଦିର ନିକଟରେ । ସମସ୍ତ ଆହତମାନଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଶ୍ରମିକମାନେ ନୂଆପେଣ୍ଠ। ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରର ଛାତ ପକାଇବାକୁ ଯାଇଥିଲେ । ତେବେ ଫେରିବା ବେଳକୁ ଗାଡ଼ିର ଟାୟାର ଫାଟି ଯିବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜରଡା ଥାନା ଓ ଖାରିଆଗୁଡା ଫାଣ୍ଡି ପୁଲିସ ସମେତ ପାତ୍ରପୁର ବିଡିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ