ବାଲେଶ୍ୱରରୁ ୨ଶହ ଗ୍ରାମ ବ୍ରାଉନସୁଗର ଜବତ,ଜଣେ ଗିରଫ

ଜଳେଶ୍ୱର :  ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ଚାଲନ୍ତି ଅଞ୍ଚଳରୁ ୨ଶହ ଗ୍ରାମ ବ୍ରାଉନସୁଗର ଜବତ । ଘଟଣାରେ ଜଣକୁ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରିଛି ଅବକାରୀ ବିଭାଗ । ତେବେ ଜବତ ବ୍ରାଉନସୁଗରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଯୁବକ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସଞ୍ଜୟ କୁମାର ସିଂ ।

ସୂଚନାଯୋଗ୍ୟ ଯେ, ଜଳେଶ୍ୱର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ସକାଳ ୭ଟା ୩୦ମିନିଟ୍ ସମୟରେ ଜଳେଶ୍ୱର ଚାଲନ୍ତି ଅଞ୍ଚଳରେ ଚଢ଼ାଉ କରିଥିଲା । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ରାମଚନ୍ଦ୍ରପୁର ଅଞ୍ଚଳର ଯୁବକ ସଞ୍ଜୟ କୁମାର ସିଂ ଏକ ବାଇକ୍ ଯୋଗେ ବ୍ରାଉନସୁଗାର ନେଇ ଯାଉଥିଲା ବେଳେ ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି । ଏଥସହ ଅଭିଯୁକ୍ତଙ୍କଠାରୁ ୨ଶହ ଗ୍ରାମ ବ୍ରାଉନସୁଗାର ଓ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗ ବ୍ରାଉନସୁଗର ବେପାରୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ