Daily Archives

January 8, 2021

ରାଜ୍ୟରେ ମାଡି ଆସୁଛି ଘନ କୁହୁଡି, ସତର୍କ କଲା ପାଣିପାଗ କେନ୍ଦ୍ର

 ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ କମିଥିଲେ ମଧ୍ୟ ସକାଳବେଳା କୁହୁଡ଼ି ପଡ଼ୁଛି। ଏଭଳି ସ୍ଥିତିରେ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି…

ସରକାର ଓ କୃଷକଙ୍କ ଅଷ୍ଟମ ଆଲୋଚନା ବିଫଳ, ଜାନୁଆରୀ ୧୫ରେ ପୁନଃଆଲୋଚନା

ନୂଆଦିଲ୍ଲୀ: ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ଆଲୋଚନା।  ଦିଲ୍ଲୀ ସୀମାରେ ପ୍ରାୟ ଦେଢମାସ ଧରି ଧାରଣାରେ ବସିଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ଅଷ୍ଟମ ରାଉଣ୍ଡ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିପାରିନି । ଜାନୁଆରୀ ୧୫ରେ ପୁନର୍ବାର ଆଲୋଚନା ହେବ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି।…

ଲାଞ୍ଚ ନେବା ବେଳେ ଧରାପଡିଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା: ଲାଞ୍ଚ ନେବା ବେଳେ ଧରା ପଡିଲେ ନୂଆପଡ଼ାର ଜିଲ୍ଳା ଶ୍ରମ ଅଧିକାରୀ। ଲେବର କାର୍ଡ କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ନିଜ ଖରିଆର ରୋଡ ସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ଧରିଛି।…

ବଲିଉଡର ପ୍ରଥମ ଅଭିନେତ୍ରୀ ଭାବେ କରୋନା ଭ୍ୟାକସିନ ନେଲେ ଶିଳ୍ପା ଶିରୋଡକର

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶିରୋଡକର ବଲିଉଡର ପ୍ରଥମ ଅଭିନେତ୍ରୀ ଭାବେ କରୋନା ଭ୍ୟାକସିନ ନେଇଛନ୍ତି । ଭ୍ୟାକସିନ ନେବା ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ଶିଳ୍ପା । ଆଉ ପୋଷ୍ଟର କ୍ୟାପ୍ସନରେ ଲେଖିଛନ୍ତିକି, ମୁଁ ଭ୍ୟାକସିନ ନେଇସାରିଛି, ଆଉ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।…

ରାଜଧାନୀରୁ ଚିହ୍ନଟ ହେଲେ ୧୭ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ୧୩

ଭୁବନେଶ୍ୱର: ରାଜଧାନୀରୁ ଆଜି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୪ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୨୦ କୁ…

ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ

ମାଲକାନଗିରି: ମାଓ ସଂଗଠନକୁ ବଡ ଝଟକା । ମାଲକାନଗିରି ସୀମାନ୍ତ ଦାନ୍ତେବଡା ଜିଲ୍ଲାରେ ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ। ସେମାନଙ୍କ ମଧ୍ୟରୁ ଦୁଇ ମାଓବାଦୀ ବାମନ ମିଡିଆମି ଏବଂ ରାଜୁ ମିଡିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା  ହେଇଥିଲା । ମାଓ ସଂଗଠନ…

ଦିଲ୍ଲୀ ବିମାନବନ୍ଦରରେ ଟଙ୍କା ଦେଇ ଆରଟିପିସିଆର ଟେଷ୍ଟ କରିବେ ବ୍ରିଟେନ ଫେରନ୍ତା

ନୂଆଦିଲ୍ଲୀ: ବ୍ରିଟେନ ଫେରନ୍ତାଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା। ଏଣିକି ଦିଲ୍ଲୀ ବିମାନବନ୍ଦରରେ ବ୍ରିଟେନରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ଯାତ୍ରୀମାନେ ଏହି ଟେଷ୍ଟ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ବହନ କରିବେ। ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ…

କରୋନା ଭାଇରସ ନୂଆ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ନ ଥିବା ବେଳେ ଏବେ ଚିନ୍ତା ବଢାଉଛି ନୂଆ ଷ୍ଟେନ୍।  ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନରେ ଭାରତରେ ୮୨ ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଏପଟେ ଦେଶର ଭ୍ୟାକ୍ସିନ ବା ଟିକାକୁ…

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭିକୁ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତୋଏବାର କମାଣ୍ଡର ଜକିଉର ରହମାନ ଲଖଭିଙ୍କୁ ପାକିସ୍ତାନର ଏକ କୋର୍ଟ ,ଟେରର ପଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଗତ କିଛିଦିନ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନକୁ ଟଙ୍କା ଯୋଗାଇବା ଅଭିଯୋଗରେ ଲଖଭିଙ୍କୁ ଗିରଫ…

ପରୀ ହତ୍ୟା ମାମଲା: ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ମନା କଲା ଅଭିଯୁକ୍ତ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲା ନାହିଁ ଅଭିଯୁକ୍ତ । ଏନେଇ ଅଭିଯୁକ୍ତ ନାବାଳକ ଜଣଙ୍କ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଲିଖିତ ଭାବେ ଜଣାଇଛି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେଉ ନଥିବା ସଂପର୍କରେ ପୂର୍ବରୁ ମଧ୍ୟ  ଗଣମାଧ୍ୟମରେ ଖବର…
ବ୍ରେକିଂ