Daily Archives

February 8, 2021

ଇଂଲଣ୍ଡ-ଭାରତ ଟେଷ୍ଟ:  ଦ୍ୱିତୀୟ ପାଳିରେ ୧୭୮ରେ ଅଟକିଲା ଇଂଲଣ୍ଡ, ଭାରତକୁ ବିଜୟ ପାଇଁ ଦରକାର ୪୨୦ ରନ୍

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ  ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ  ୧୭୮ କରିବାକୁ ସକ୍ଷମ ହୋଇଛି । ଫଳରେ ଟିମ୍ ଇଣ୍ଡିଆ ଆଗରେ ୪୨୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ଥିବା ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୭୮…

ପାଠକ ବାପ-ପୁଅଙ୍କ ନାଁରେ ରୁଜୁ ହେଲା ଆଉ ୩ ମାମଲା

ବ୍ରହ୍ମପୁର: କୁବେର ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ ହୋଇଛି । ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା । ଏହି ମାମଲାରେ ପ୍ରଦୀପ…

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ମୁକେଶ ଖନ୍ନା

ମୁମ୍ବାଇ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶରେ ପାଣ୍ଠି ସଂଗ୍ରହ କାର୍ଯ୍ୟ ଚାଲିଛି । ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତେ ରାମ ମନ୍ଦିର ନିର୍ମାଣ ପାଇଁ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ…

ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ବାଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ମୋ ସ୍କୁଲ' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ନେତା-ମନ୍ତ୍ରୀ ସମସ୍ତେ ଅଂଶ ଗ୍ରହଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ ଅଭିଯାନରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ସାମିଲ…

ଦାବି ମାନିଲେ ବାଣୀବିହାର ପିଜି କାଉନସିଲ ଅଧ୍ୟକ୍ଷ,୧୭୪୦ ଟଙ୍କା ଛାଡ ହେଲା ହଷ୍ଟେଲ ଫି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ। ସମୁଦାୟ ହଷ୍ଟେଲ ଫି'ରୁ ୧୭୪୦ ଟଙ୍କା କଲେ ଛାଡ । ଛାତ୍ରଛାତ୍ରୀ ଏବେ ୨୯୫୦ ଟଙ୍କା ବଦଳରେ ୧୨୧୦ ଟଙ୍କା ଦେବେ । ଫି' କମାଇବାକୁ ଦୁଇ ଦିନ ହେଲା ଛାତ୍ରଛାତ୍ରୀ ଦାବି କରିଆସୁଥିଲେ ।…

ଶୀତରେ ଥରିବ ୮ ଜିଲ୍ଲା, ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବା ସହ ଘନ କୁହୁଡ଼ି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ୮ଟି ଜିଲ୍ଲାକୁ…

ମହାନଦୀ ଜଳ ବିବାଦରେ ଫସିଛି ଲୋୟର ସୁକତେଲ ପ୍ରକଳ୍ପ

ବଲାଙ୍ଗିର: ଓଡିଶା ପାଇଁ ବ୍ୟୁମେରାଂ ହୋଇଛି ମହାନଦୀ ଜଳ ବିବାଦ । ବଲାଙ୍ଗିରର ଜୀବନ ରେଖା ବୋଲି କୁହାଯାଉଥିବା ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମହାନଦୀ ଜଳ ବିବାଦ ମଧ୍ୟରେ ଫସିଯାଇଥିବା ଜଣାପଡିଛି । ଏନେଇ ସୂଚନା ଅଧିକାର ଆଇନ ବଳରେ ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ…

ଲଭ୍ ସେକ୍ସ ଧୋକା:ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ଅମର୍ଦ୍ଦା ରୋଡ: ପ୍ରେମରେ ଲାଗିଛି କଳକ  ଛିଟା । ପ୍ରେମିକାକୁ ପାଇବା ପାଇଁ ପ୍ରେମିକର ଘର ଆଗରେ ନଖାଇ ନପିଇ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛି ପ୍ରେମିକା । ଏଭଳି ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତରୁ ।   ସୁଚନା ମୁତାବକ,…

ରାଜ୍ୟରେ ପୁଣି ବଢିଲା ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ବସ୍ ଭଡା ।ସାଧାରଣ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୮୦ ପଇସା ହୋଇଛି । ପୂର୍ବରୁ କିଲୋମିଟର ୭୪ ପଇସା ଥିଲା । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ୭ ପଇସା ବଢ଼ି କିଲୋମିଟର ପିଛା ୮୪ ପଇସା ହୋଇଛି । ପୂର୍ବରୁ ୭୭ ପଇସା ଥିଲା । ଡିଲକ୍ସ…

ବାପାଙ୍କ ଶେଷକୃତ୍ୟରେ ମୁଖାଗ୍ନି ଦେଲେ ଝିଅ

ମାଲକାନଗିରି: ଶେଷ ସମୟରେ ମୁହଁରେ ମୁନ୍ଦାଏ ପାଣି ଦେବ । ମୁଖାଗ୍ନି ସହ ପ୍ରତିବର୍ଷ ପିଣ୍ଡଦାନ କରିବ । ଏମିତି ମନୋଭାବ ଯୋଗୁଁ ଏବେ ବି ପୁଅର ଗୁରୁତ୍ଵକୁ କେହି କେହି ଉପଲବ୍ଧି କରନ୍ତି । ଏପରିକି ସେହିଭଳି ପରମ୍ପରା କାଳ କାଳ ଧରି ସମାଜରେ ରହି ଆସିଛି । କିନ୍ତୁ ମାଲକାନଗିରି ଜିଲ୍ଲାରେ…
ବ୍ରେକିଂ