Daily Archives

February 25, 2021

ମୁକେଶ ଅମ୍ବାନୀଙ୍କ ଘର ତଳୁ ଜିଲୋଟିନ୍ ଭର୍ତ୍ତି ସ୍କର୍ପିଓ ଠାବ

ମୁମ୍ବାଇ: ଦେଶର ସବୁଠୁ ଧନୀ ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ସନ୍ଦିଗ୍ଧ ଅବସ୍ଥାରେ ଗୋଟିଏ ସ୍କର୍ପିଓକୁ ଜବତ କରାଯାଇଛି । ଉକ୍ତ ଗାଡିରୁ ପ୍ରାୟ ୨୦ଟି ଜିଲେଟିନ୍‌ ଛଡ ଜବତ କରାଯାଇଥିବା ସୂଚନା ମିଳିଛି । ଘଟଣା ବାବଦରେ ଜଣାପଡିବା ପରେ ପୋଲିସ…

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ: ୱେବିନାରରେ ମନ୍ତ୍ରୀ ଅରୁଣ ସାହୁ ଡିଗ୍ରୀ କଲେଜ…

ଭୁବନେଶ୍ୱର: ୱେବିନାର ମାଧ୍ୟମରେ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ କଥା ହେଲେ ମନ୍ତ୍ରୀ । ଆଜି 'ମୋ କଲେଜ' ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକରେ ୱେବିନାର ମାଧ୍ୟମରେ ମନ୍ତ୍ରୀ ଅରୁଣ ସାହୁ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥା ହୋଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର…

ପୁଡୁଚେରିରେ ରାଷ୍ଟ୍ରପତି ଶାସନ

ପୁଡୁଚେରି : ଭି ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବା ପରେ ଆଜି ପୁଡୁଚେରିରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବ୍ରୁଆରି ୨୨ରେ ପୁଡୁଚେରି…

୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖ: ଏସିଏସ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା । ଏହାକୁ ଦୃଷ୍ଟିରେ ରଖି ଚିଛି ଲେଖିଛନ୍ତି ଏସିଏସ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୧୦ ୱିକେଟରେ ଭାରତର ବଡ ବିଜୟ

ଅହମ୍ମଦାବାଦ: ୧୦ ୱିକେଟରେ ଭାରତର ବଡ ବିଜୟ । ଆହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିଅମରେ ଚାଲୁଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବଡ ବିଜୟ ହାସଲ କରିଛି । ପାଞ୍ଚ ଦିନିକିଆ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନରେ ଇଂଲଣ୍ଡକୁ ୧୦ ୱିକେଟରେ ଭାରତ ପରାସ୍ତ କରିଛି ।…

ପଟିଆଲାରେ ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିସ-୨ରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ

ପଟିଆଲା: ପୁଣି ସ୍ୱର୍ଣ୍ଣ ଜିତିଲେ ଓଡିଶାର ସୁନା ଝିଅ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିସ -୨ରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ। ଶହେ ମିଟର ଦୌଡ଼ରେ ଦୂତି ଚାନ୍ଦ ସ୍ୱର୍ଣ୍ଣ ଜିତିଛନ୍ତି । ୧୧.୪୪ ସେକେଣ୍ଡରେ ସେ ଶହେ ମିଟର ଅତିକ୍ରମ କରିଛନ୍ତି । ଗ୍ରାଣ୍ଡ ପ୍ରିସର ଫାଷ୍ଟ ଲେଗ୍‌ରେ ମଧ୍ୟ…

ଆଜି ଓଡିଶାରୁ ୬୭କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଧିରେ ଧରେ ଆୟତକୁ ଆସୁଛି କରୋନା ମହାମାରୀ। ଆଜି ୬୭ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥକୁ ମିଶାଇ ଓଡିଶାରୁ ୩ଲକ୍ଷ ୩୪ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। Another 67…

5T ର ପାଞ୍ଚ ଅନଲାଇନ ସେବା ଲୋକାର୍ପିତ

ଭୁବନେଶ୍ୱର: ୫-ଟି ଉପକ୍ରମ ଜରିଆରେ ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ମହିଳା ଓ ଶିଶୁମାନଙ୍କୁ ତ୍ୱରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ । ଏହି…

ରାଜଧାନୀ ସବୁଠୁ ଉତ୍ତପ୍ତ ସହର , ୩୯.୪ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରବାହ। ଦିନ ୧୧ଟା ବେଳକୁ ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଟପିଛି । ରାଜଧାନୀ ଭୁବନେଶ୍ୱର ୩୯.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିପରି ବାରିପଦାରେ ଆଜି…

ଖାଦ୍ୟରେ ସାମିଲ କରନ୍ତୁ ଶଜନା ଛୁଇଁ , ମିଳିବ ଏହି ଚମତ୍କାରୀ ଫାଇଦା

ସ୍ୱାସ୍ଥ୍ୟଟିପ୍ସ: ଶଜନା ଛୁଇଁକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ଶଜନା ଛୁଇଁରେ କ'ଣ ଭିଟାମିନ ଥାଏ ? ଶଜନା ଛୁଇଁରେ…
ବ୍ରେକିଂ