Daily Archives

March 1, 2021

କଟକ ମହାନଗରରୁ ୨ କରୋନା ଆକ୍ରାନ୍ତ‌ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଓ ଅନ୍ୟ ଜଣେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୪୧୫ରେ…

ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ସଂପର୍ଣ୍ଣ

ଭୁବନେଶ୍ୱର:  ସାତ ଜନମର ସାଥୀ ହେଲେ ସବ୍ୟ ଅର୍ଚ୍ଚିତା। ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି ଓଲଉଡର ଚକଲେଟ ହିରୋ ସବ୍ୟସାଚୀ ମିଶ୍ର । ରାଜସ୍ଥାନରେ ଉଭୟଙ୍କ ଶୁଭ ପରିଣୟ ଅନୁଷ୍ଠିତ ହୋଇଯାଇଛି। ରିଲ ଲାଇଫରୁ ରିଏଲ ଲାଇଫର ଯୋଡି ବନିଛନ୍ତି…

ଘରେ ବନାନ୍ତୁ ପନିର ଖିରି

ରୋଷେଇ: ଆମେ ସାଧାରଣତଃ ପନିରରେ ପନିର ତରକାରୀ କିମ୍ବା ଚି଼ଲ୍ଲୀ ପନିର ପ୍ରସ୍ତୁତ କରି ଖାଇଥାଉ । ବିବାହ ଭୋଜି ଆଦିରେ କଡ଼ାଇ ପନିର, ପନିର ବଟର ମସଲା, ପାଳଙ୍ଗ ପନିର ଆଦି ପ୍ରସ୍ତୁତ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି ଏଥିରେ ଆପଣ ସ୍ୱାଦିଷ୍ଟ ଖିରି ପ୍ରସ୍ତୁତ କରି ଖାଇପାରିବେ । ପନିର ଖିରି…

ମୋବାଇଲ୍‌ ଟାୱାର ଉପରୁ ୪ ବର୍ଷର ଶିଶୁ ଉଦ୍ଧାର

କଟକ: ମୋବାଇଲ୍‌ ଟାୱାର ଉପରକୁ ଚଢ଼ିଗଲା ୪ ବର୍ଷର ଶିଶୁ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ପାଟସୁନ୍ଦରପୁର ଗାଁରେ । ଦୀର୍ଘ ଘଣ୍ଟାଏରୁ ଅଧିକ ସମୟର ଅପରେଶନ୍‌ ପରେ ଶିଶୁଟିକୁ ଟାୱାରରୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ ନୂଆ ପାଟସୁନ୍ଦରପୁର ଗାଁର ୪ ବର୍ଷର ଶିଶୁ ଘର ପାର୍ଶ୍ୱରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରମୋଦିନୀ-ସରୋଜ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜ କୁମାର ସାହୁଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ। ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ…

ଡିଜିଟାଲ ଯୁଗରେ ଶୁଆ ଥଣ୍ଟରେ ଭାଗ୍ୟ

ବ୍ରହ୍ମପୁର: ଯୁଗ ଆଗେଇଛି। ସମାଜ ବଦଳିଛି। ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ବେଶ ଉନ୍ନତି ଘଟିଛି। ଆଧୁନିକ ଯୁଗର ବିଷୟବସ୍ତୁକୁ ଏବେ ଆଦରି ନେଇଛନ୍ତି ଜନସାଧରଣ। ଯାହାକି ଆଧୁନିକ ଯୁଗର ଲୋକଙ୍କ ମନରେ ଭରସା ଓ ବିଶ୍ୱାସ ଜିତିପାରିଛି। ବଡ଼ ବଡ଼ ଜ୍ୟୋତିର୍ବିଦ ଏବେ କମ୍ପୁଟରରେ ଭାଗ୍ୟର ଫଳକୁ ଦେଖି…

ପିଏମ୍ କିଷାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପିଏମ୍ କିଷାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର । ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଯେଭଳି ସହାୟତା ମିଳିବ, ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି…

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଜୟଦୀପ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କଲେ

ନୂଆଦିଲ୍ଲୀ: ଆଜି ଜୟଦୀପ ଭଟ୍ଟନାଗର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଫେବୃଆରୀ ୨୮ରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶ୍ରୀ କୁଲଦୀପ ସିଂ ଧତୱାଲିଆଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜୟଦୀପ ଭଟ୍ଟନଗର ୧୯୮୬…

କରୋନା ଟିକା ପାଇଁ ଅଫଲାଇନ୍‌ରେ ବି ହେବ ପଞ୍ଜୀକରଣ: ଏସିଏସ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: କରୋନା ଟିକା ନେବା ପାଇଁ ଆବଶ୍ୟକୀୟ ପଞ୍ଜିକରଣ ଅଫ ଲାଇନ ମୋଡରେ ବି ହୋଇପାରିବ । ଏଥି ପାଇଁ ବୟସ୍କ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି । ବୟସ୍କଙ୍କ ଟିକାକରଣ ଲାଗି ଅଫଲାଇନ୍‌ରେ ବି ହୋଇପାରିବ ପଞ୍ଜୀକରଣ । ଅଫଲାଇନ୍‌ରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ଓ ବିଭିନ୍ନ ରୋଗ…

ଆଜି ଓଡିଶାରୁ ୭୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ କମୁଛି ମହାମାରୀ କରୋନାର କାୟା। ଆଜି ଓଡିଶାରୁ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। <> Another 76 Covid patients have recovered and are…
ବ୍ରେକିଂ