Daily Archives

April 8, 2021

ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: କରୋନା ପରିଚାଳନା ପାଇଁ ନବୀନ ୩୦୦ କୋଟି ଟଙ୍କା ମାଗିଲେ

ନୂଆଦିଲ୍ଲୀ : କରୋନା ଦ୍ୱିତୀୟ ଲହରୀକୁ ରୋକିବା ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି।  ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି- କୋଭିଡ୍ ବିରୋଧରେ ଆମର ଲଢେଇ ଜାରି ରହିବ । ତେଣୁ ଆମକୁ ସଚେତନା ସହିତ ସମସ୍ତ କୋଭିଡ ନିୟମକୁ ପାଳନ…

ଅନୀଲ ଦେଶମୁଖଙ୍କ ବଟି ଆଦାୟ ମାମଲାର ତଦନ୍ତ ସିବିଆଇ କରିବ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଲାଗିଛି ବଡ ଝଟକା । ଦୁର୍ନୀତିରେ ଛନ୍ଦି ହୋଇଥିବା ଅନୀଲ ଦେଶମୁଖଙ୍କ ମାମଲାରେ ତଦନ୍ତ କରିବ ସିବିଆଇ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ।…

ବାହର ରାଜ୍ୟରୁ ଓଡିଶା ଆସିଲେ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡିଶାରେ ଏବେ ପୁଣି ଥରେ କାୟା ବଢାଇବେ ଲାଗିଛି ମହାଣାରୀ କରୋନା। ପୁଣି ଥରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଚଡା ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶ ଓ ରାଜ୍ୟରୁ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି…

ମୁକଳିବା ପୂର୍ବରୁ ଯବାନ ରାକେଶ୍ୱର ପ୍ରଜାକୋର୍ଟରେ ହାଜର ହୋଇଥିଲେ

ରାୟପୁର: କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଛାଡିବା ପୂର୍ବରୁ ମାଓବାଦୀମାନେ ଜଙ୍ଗଲ ନିକଟସ୍ଥ ଗାଁରେ ପ୍ରଜାକୋର୍ଟ କରିଥିଲେ। ପ୍ରଜାକୋର୍ଟରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଦୁଇ ହାତ ବନ୍ଧା ଅବସ୍ଥାରେ ହାଜର କରିଥିଲେ। ଏଥିରେ ସରକାରଙ୍କ ୨ ମଧ୍ୟସ୍ଥି ଓ ୭ ଜଣ…

ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଜି ଉପକୂଳବର୍ତ୍ତି ଜିଲ୍ଲାରେ ପାରଦ ସାମାନ୍ୟା ହ୍ରାସ ପାଇଛି ସତ । ହେଲେ ସୂର୍ଯ୍ୟଙ୍କ ପ୍ରକୋପରେ ତାତିଛି ପଶ୍ଚିମ ଓଡ଼ିଶା । ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜି ୪୨ ଡିଗ୍ରୀ ସହ ଟିଟିଲାଗଡ଼ରେ…

କ୍ରିକେଟର ସଚିନ୍‌ ତେନ୍ଦୁଲକର ସୁସ୍ଥ ହୋଇ ଘରକୁ ଫେରିଲେ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ମଷ୍ଟବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । ଗରୁବାର ଦିନ ହସ୍ପିଟାଲରୁ ଡସ୍‌ଚାର୍ଜ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର । ଏ ନେଇ ତେନ୍ଦୁଲକର ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ କିଛି ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ ।…

ଆଇପିଏଲର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ ଓ କୋହିଲ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ୍ । ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର -୧୪ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ତେବେ ଏହି ଉଦଘାଟନୀ ମ୍ୟାଚ ଚେନ୍ନାଇଠାରେ…

ଆସନ୍ତା ୧୩ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି (ଗୁରୁବାର) ସଂଧ୍ୟା ଠାରୁ ଆସନ୍ତାକାଲି (ଶୁକ୍ରବାର) ସକାଳ ମଧ୍ୟରେ ମୟୂରଭଞ୍ଜ,…

ଏପ୍ରିଲ ୨୮ରୁ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ

କଟକ: କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୮ ତାରିଖରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଏହି କଲେଜ ବିଶ୍ୱବିଦ୍ୟାଳୟ…

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କରୋନା ପଜିଟିଭ ଚିହ୍ନଟ

କେରଳ: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେ ଏବେ ସମ୍ପୁର୍ଣ୍ଣ ଠିକ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟବସ୍ତା ସ୍ଥିର ଅଛି ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ପିନାରାଇ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା…
ବ୍ରେକିଂ