Daily Archives

May 12, 2021

କଟକ ମହାନଗରୀରୁ ୪୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୨୬ ସୁସ୍ଥ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୪୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୯ ଜଣ କ୍ୱେରାଣ୍ଟିନରୁ ଓ ୧୯୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୩୫…

ପଶ୍ଚିମବଙ୍ଗରେ ବିଜେପିର ଦୁଇ ବିଧାୟକଙ୍କ ଇସ୍ତଫା

କୋଲକାତା: ବିଧାୟକ ନୁହେଁ ବରଂ ଆମର ସାଂସଦ ପଦ ଦରକାର । ଏଭଳି ଢଙ୍ଗରେ କହି ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପିର ଜଗନ୍ନାଥ ସରକାର ଓ ନିଶୀଥ ପ୍ରମାଣିକ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଉଭୟ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ପଦରେ…

ଆସନ୍ତାକାଲି ୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଟିକାର ଉତ୍କଟ ଅଭାବ ପାଇଁ ଟିକାକରଣ ଅଧିବେଶନ ସଂଖ୍ୟା କମି କମି ଚାଲିଛି। ଟିକା ଅଭାବ କାରଣରୁ ବିଭିନ୍ନ ଜିଲ୍ଲାରେ ଟିକାକରଣ ବନ୍ଦ ହେଉଛି  । ଆସନ୍ତାକାଲି ରାଜ୍ୟର ୨ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସେହି ଜିଲ୍ଲା ଗୁଡିକ ହେଉଛି ଜଗତସିଂହପୁର ଏବଂ ସୋନପୁର ।…

ଓଡିଶାରେ ୪୦ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ଵର : ଦେଶରେ ଅମ୍ଲଜାନ ସଂକଟ ଦୂର କରିବା ପାଇଁ ଓଡିଶାରେ ୪୦ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ରାଜ୍ୟ ସରକାର।  ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ PSA ଅମ୍ଳଜାନ  ପ୍ଲାଣ୍ଟ ସ୍ଥାପନ ପାଇଁ ଓଡିଶା ସରକାର କେନ୍ଦ୍ରକୁ…

କରୋନା ପାଇଁ ୬ ଟି ପାସେଞ୍ଜର ଟ୍ରେନ ଓ ୩ ବିଶେଷ ଟ୍ରେନ ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବାଇର ନୂଆ ପଦକ୍ଷେପ । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏଥିସହ ତିନି ଯୋଡ଼ା ବିଶେଷ ଟ୍ରେନ ମଇ ମାସ ୧୪ ତାରିଖ…

କୋଭିଡ୍‌ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି ସହାୟତା

ଭୁବନେଶ୍ୱର : ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ । କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍,…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମୁଭି କମ୍ପାନୀ ତରଫରୁ ୨.୫ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର  :  ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଆ ଉଦ୍ୟୋଗପତିଙ୍କ ଦ୍ୱାରା ପ୍ରତିଷ୍ଠିତ ମୁଭି ସଫ୍ଟଓୟାର କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମାଧ୍ୟମରେ କଂପାନୀର…

ମହାରାଷ୍ଟ୍ରରେ ପୁଣି ମେ ୩୧ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି

ମୁମ୍ବାଇ: ଲକଡାଉନ୍ ସତ୍ତ୍ୱେ ସଂକ୍ରମଣରେ ବ୍ରେକ୍ ଲାଗୁନି। ତେବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ୍ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମେ ୩୧ ଯାଏ ମହାରାଷ୍ଟ୍ରରେ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଅନ୍ୟପଟେ…

କାଲି ରିଲିଜ ହେବ ରାଧେ- ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ

ମୁମ୍ବାଇ: ବଲିଉଡ୍ ର ଭାଇଜାନ୍ ସଲମନ ଖାନ୍ ସବୁ ବର୍ଷ ଇଦ୍ ରେ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଫିଲ୍ମର ଉପହାର ଦେଇ ଆସୁଛନ୍ତି । ଚଳିତ ଥର ମଧ୍ୟ ଇଦ୍ ଉପଲକ୍ଷେ ନିଜଫ୍ୟାନ୍ସ ମାନଙ୍କୁ ନିରାଶ କରିବେନି ଭାଇଜାନ୍ । ଆସନ୍ତା କାଲି ସଲମାନ ଖାନଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ବଡ଼ ଦିନ ହେବାକୁ…

ଝାରପଡ଼ା ଜେଲରୁ ଅପରାଧୀଙ୍କ ଠାରୁ ପୁଣି ୨ଟି ମୋବାଇଲ୍ ଜବତ

ଭୁବନେଶ୍ୱର :  ଝାରପଡ଼ା ଲରୁ ପୁଣି ଥରେ ମୋବାଇଲ୍ ଜବତ ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ୨ଟି ମୋବାଇଲ୍ ମିଳିଛି । ଡିଜିଙ୍କ ନେତୃତ୍ୱରେ ଜେଲରେ ଚଢ଼ାଉ ହୋଇଥିବା ବେଳେ ମୋବାଇଲ୍ ମିଳିଛି । ମାଟି ତଳେ ଓ ସିମେଣ୍ଟ ଖୋଳି ଅପରାଧୀ ମୋବାଇଲ ଲୁଚାଇ ରଖିଥିବା ସୂଚନା ମିଳିଛି । ୨ ଦିନ…
ବ୍ରେକିଂ