Daily Archives

June 14, 2021

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୯୩୩ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଆକ୍ରାନ୍ତଙ୍କ ଠାରୁ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । Update on newly…

ନକଲି ଔଷଧ କାରବାର ଘଟଣା; ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଞ୍ଚ । କଟକରୁ ବିପୁଳ ନକଲି ପରିମାଣର ଔଷଧ ଠାବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନରୁ ନକଲି କରୋନା ଔଷଧ ଫାଭିପିରାଭିର ସହ ଆଉ ୯…

କେନ୍ଦୁପତ୍ର ଫଡିରେ ବଜ୍ରପାତ, ୨ ମୃତ

ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡିରେ ବଜ୍ରପାତ । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ବୀରମହାରାଜପୁର ବ୍ଲକ ବରଡାପଟା କେନ୍ଦୁପତ୍ର ଫଡିରେ ଏଭଳି ଅଘଟଣ ଘଟିଛି । କେନ୍ଦୁପତ୍ର ଫଡିରେ ଶ୍ରମିକମାନେ କାମ କରୁଥିବା ବେଳେ ବଜ୍ରପାତ ମାରିଲା । ଫଳରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କର…

ଆଜି ଓଡିଶାରୁ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣ ସଂଖ୍ୟା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଘଟୁଛି । ଆଜି ରାଜ୍ୟରୁ  ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ମୋଟ ୮ ଲକ୍ଷ ୪ ହଜାର ୯୮୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ୱିଟ୍…

କରୋନା ପାଇଁ ଓଜେଇଇ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ହେବାରେ ଲାଗିଛି । ତଥାପି ପାଦେ ପାଦେ ବିପଦ ଅଛି । ତେବେ ପିଲାଙ୍କ ସୁରକ୍ଷାକୁ ନଜର ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ…

ପଶ୍ଚିମବଙ୍ଗରେ ଲକଡାଉନ ଅବଧି ଜୁଲାଇ ୧ ପର୍ଯ୍ୟନ୍ତ ବୃଦ୍ଧି

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧…

କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ସହ ଗ୍ରୀନ ପ୍ୟାସେଜ ଯୋଜନାରେ ସରକାର ଅନ୍ତ୍ରର୍ଭୁକ୍ତ…

ଭୁବନେଶ୍ୱର: କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ସରକାର ଦେବେ । ତେବେ ଅନାଥ ଶିଶୁଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ କରାଯିବ। ଏଥିସହ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ସେହିପରି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ବି ସମସ୍ତ…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା କାଲି ସକାଳ ୮ଟା ୩୦ ଯାଏଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼,…

ଗାଧୋଉ ଥିବାବେଳେ କୁମ୍ଭୀର ଝାମ୍ପିନେଲା

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବାବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଏହି ଘଟଣା ଘଟିଛି । ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁର ବୋଲି ଜଣାପଡିଛି । ସଂପୃକ୍ତ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା…

ପାଟପୁରରେ ନକଲି ମୃଦୁ ପାନୀୟ କାରଖାନାରେ ଚଢାଉ

ଦିଗପହଣ୍ଡି: ପାଟପୁର ଥାନା ଖଣ୍ଡଦେଉଳି ଗାଁର ଏକ ଘରେ ଚାଲିଥିବା ବେଆଇନ୍ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ପୋଲିସ ଚଢାଉ କରି ବିଭିନ୍ନ ନକଲି ବ୍ରାଣ୍ଡର ପାଣି ମୃଦୁ ପାନୀୟ, କୁରକୁରୀ ସହିତ ପେକିଂ ମେସିନ କେମିକାଲ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ଜଣାପଡ଼ିଛି ।…
ବ୍ରେକିଂ