Daily Archives

September 14, 2021

ଲଗାଣ ବର୍ଷାରେ ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୦ଟି ଜିଲ୍ଲାର ୧୧୧ ବ୍ଲକ  ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି  ।  ରାଜ୍ୟରେ । ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି । ତେବେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଲକ୍ଷ ୪୬ ହଜାର…

ମହାନଦୀରେ ଫସିଥିବା ୪ ଗାଈ ଚରାଳି ଉଦ୍ଧାର

ବାଙ୍କି: ମହାନଦୀର ମଝି ନଈରେ ୪ ଗାଈ ଚରାଳିଙ୍କ ସହିତ ଫସିଲେ ୧୨ ଟି ଗାଈ ।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ସହଙ୍ଗା ଗୋପାଳପୁର ଅଞ୍ଚଳରେ । ତେବେ ଖବର ପାଇ ୪ ଗାଈ ଚରାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ହେଲେ ଗାଈ ଗୁଡ଼ିକର ଖୋଜଖବର ମିଳି…

ଦିଲ୍ଲୀ ପୋଲିସକୁ ବଡ ସଫଳତା; ୬ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଭାରତର ପାର୍ବଣ ଋତୁରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଥିବା ୬ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଧରିବାରେ ସଫଳ ହୋଇଛି । ବିଭିନ୍ନ ରାଜ୍ୟରୁ ୬ଆତଙ୍କବାଦୀଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ଜଣ…

ବ୍ରାହ୍ମଣୀରେ ବୁଡ଼ି ଯାଉଥିବା ନାବାଳକ ଉଦ୍ଧାର

ଜେନାପୁର: ବ୍ରାହ୍ମଣୀ ନଦୀରେ ବୁଡି ଯାଉଥିବା ନାବାଳକ ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁରର କଣ୍ଟାପାଟଣା ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଉଥିବା ଜଣେ ନାବାଳକକୁ ମଙ୍ଗଳବାର ଦିନ ଉଦ୍ଧାର କରାଯାଇଛି । ନାବାଳକ ଜଣଙ୍କ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସ୍ଥିତ…

ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥିର ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ବିଭିନ୍ନ ଅଞ୍ଚଳରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୧ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା…

ଓଡିଶାରୁ ଆଉ ୭୯୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଆକ୍ରାନ୍ତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ତେବେ ଆଜି ଓଡିଶାରୁ ଆଉ ୭୯୩  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସର୍ବାଧିକ ଖୋର୍ଦ୍ଧାରୁ ୩୪୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସର୍ବନିମ୍ନ…

ଅଙ୍ଗନବାଡ଼ି ଦିଦିଙ୍କ ୪ କୋଟି ସଂପତ୍ତି ଠାବ

ଭୁବନେଶ୍ୱର: ତାଜୁବ କରିଦେଲା ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ତାଲିକା । ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ୪ କୋଟିର ସଂପତ୍ତି ଠାବ ହୋଇଛି । ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଅଙ୍ଗନବାଡି ଦିଦିଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଛି । ଯେଉଁଥିରେ ଭୁବନେଶ୍ୱରରେ…

ପିପିଲିରେ ବିଜେପିର ୨୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ମଙ୍ଗଳବାର ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ, ରାଜ୍ୟ ବିଜେପି…

କଇଁଛ ଧରିବାକୁ ଯାଇ ପରିତ୍ୟକ୍ତ କୂଅରେ ବୁଡି ୩ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଆନନ୍ଦପୁର ଗ୍ରାମରୁ ଏକ ଦୁଃଖଦ ଖବର ଆସିଛି । କଇଁଛ ଧରିବାକୁ ଯାଇ ଏକ ପରିତ୍ୟକ୍ତ କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ବାପ, ପୁଅ ଏବଂ ଜ୍ୱାଇଁଙ୍କ ଜୀବନ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ…

କ୍ରିକେଟର ସମସ୍ତ ଫର୍ମାଟରୁ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ଅବସର

ନୂଆଦିଲ୍ଲୀ :  ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ମଙ୍ଗଳବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମାଲିଙ୍ଗାଙ୍କର ୧୬ ବର୍ଷର କ୍ରିକେଟ୍ କ୍ୟାରିୟର ସମାପ୍ତ ହୋଇଛି । ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଅଲବିଦା କରିସାରିଥିବା ମାଲିଙ୍ଗା ଆଜି ଟି-୨୦…
ବ୍ରେକିଂ