Daily Archives

September 15, 2021

ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ  ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ କରିଛନ୍ତି । ଏଥିରେ ଦୁଇଟି ଇନ୍‌ସପେକ୍ଟର, ୮ଟି ସବ୍‌-ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ପଦବୀ…

ଜରୁରୀକାଳିନ ଆବଶ୍ୟକତା ପାଇଁ ଏକକ ଫୋନ୍ ନମ୍ବର ୧୧୨ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ନାଗରିକ-କେନ୍ଦ୍ରିକ ପ୍ରଶାସନରେ ୫-ଟି ସୁତ୍ର ପ୍ରୟୋଗର ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସରକାର ଏକକ ଜରୁରୀକାଳିନ ଫୋନ୍ ନମ୍ବର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଯାହା ଫଳରେ ଜଣେ ନାଗରିକଙ୍କୁ ବିଭିନ୍ନ ଜରୁରୀ ସରକାରୀ ସେବା ପାଇଁ ଆଉ ଅନେକ ନମ୍ବରକୁ ଡାଏଲ କରିବାକୁ…

ଲଘୁଚାପଜନିତ ବର୍ଷାରେ ୨୪ ଜିଲ୍ଲାର ୨୩.୮୨ ଲକ୍ଷ ଲୋକ ପ୍ରଭାବିତ, ୬ ମୃତ

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷାର ଏବେ ରାଜ୍ୟର ସ୍ଥିତି ବେହାଲ ହୋଇପଡିଛି । ଏହାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଆଜି ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହାର ବିତ୍ପାତରେ ରାଜ୍ୟର ୨୦୫୫୨ଜଣ ଲୋକଙ୍କୁ ସ୍ଥାନାନ୍ତର…

ଭୁବନେଶ୍ୱରରୁ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୭୩ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୫ ଜଣ ଚିହ୍ନଟ ହୋଇଥିବା…

ବରଗଡ଼ରୁ ଦୁଇ ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ସଫଳତା । ଫଳରେ ଅନ୍ତରାଜ୍ୟ ଗ୍ୟାଙ୍ଗର  ଦୁଇ ଏ ଟି ଏମ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନା କରି ବରଗଡ଼ ଏସ୍ ପି ରାହୁଲ ଜୌନ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର କାନପୁର ଜିଲ୍ଲାର  ବିଜୟ ୟାଦବ ଓ ଶ୍ୟାମ…

ପିପିଲି ଉପନିର୍ବାଚନ : କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି, ବିଜେଡି ପରେ କଂଗ୍ରେସ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । କଂଗ୍ରେସ ଦଳ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରୁଦ୍ର ରାଜୁ, ବିଧାୟକ ଦଳ ନେତା…

ହୀରାକୁଦରେ ୨୮ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦରେ ବଢୁଛି ଜଳସ୍ତର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ୬ଟି ଗେଟ୍ ଖୋଲିଥିଲା ବେଳେ ବୁଧବାର ବିଭିନ୍ନ ପର୍ଯ୍ୟାୟରେ ଆଉ ୨୨ଟି…

ଆଜି ରାଜ୍ୟରେ ଆଉ ୫୬୧ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୧୯୧

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୫୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୯୧ ଜଣ ଅଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ସେହିପରି  କଟକରୁ ୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ…

କୋଟିପତି ଅଙ୍ଗନୱାଡି ଦିଦି ଗିରଫ

ଭୁବନେଶ୍ୱର : କୋଟିପତି ଅଙ୍ଗନୱାଡି ଦିଦି ଗିରଫ । ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍  । ଗତକାଲି ଭିଜିଲାନ୍ସ ଚଢ଼ାଉ ସମୟରେ ତାଙ୍କର ୪ କୋଟି ଟଙ୍କାରୁ ଅଧିକ ସମ୍ପତି ଠାବ ହୋଇଥିଲା । ଅଙ୍ଗନୱାଡି ଦିଦିଙ୍କର ଭୁବନେଶ୍ୱରରେ ୩ଟି କୋଠା ଓ ୧୦ଟି ଜମି ରହିଛି। ଗତକାଲି…

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ

ବାଲେଶ୍ୱର: ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍‌ରେ ଫସିଗଲେ ଡିଆରଡିଓର ଠିକା କର୍ମଚାରୀ । କିଛି ଚିନ୍ତା ନକରି ଦେଇ ଦେଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ଡିଆରଡିଓର ସିକ୍ରେଟ ଡକ୍ୟୁମେଣ୍ଟ । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇକୁ ଡିଆରଡିଓର ତଥ୍ୟ…
ବ୍ରେକିଂ